ଆଜି ବିଜେଡିର ରାଜ୍ୟ ପରିଷଦ ବୈଠକ, ଘୋଷଣା ହୋଇପାରେ ଦଳ ସଭାପତି
26/02/2020 at 7:55 AM

ଭୁବନେଶ୍ବର ୨୬।୨: ଆଜି ବିଜେଡିର ରାଜ୍ୟ ପରିଷଦ ବୈଠକ । ବୈଠକରେ ଅଧ୍ୟକ୍ଷତା କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ସାଂଗଠନିକ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସଭାପତି ପଦ ପାଇଁ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଷ୍ଟମଥର ପାଇଁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯାଇପାରେ । ଆଗକୁ ପୌର ନିର୍ବାଚନ ଥିବାରୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ନବୀନ।