ବିଜେଡିର ସୋସିଆଲ ମିଡ଼ିଆ ଟ୍ରେନିଂ : ଶେଷ ଦିନରେ ଇନଷ୍ଟାଗ୍ରାମ୍ ଟ୍ରେନିଂ ନେଲେ ସାଂସଦ
8/04/2023 at 2:58 PM

ଭୁବନେଶ୍ବର ୮।୪: ବିଜେଡିର ସୋସିଆଲ ମିଡ଼ିଆ ଟ୍ରେନିଂ ଶେଷ । ଶେଷ ଦିନରେ ଇନଷ୍ଟାଗ୍ରାମ ଟ୍ରେନିଂ ନେଲେ ସାଂସଦ । ସୋସିଆଲ ମିଡିଆରେ ଫଲୋଅର ବଢ଼ାଇବା ସହ କିପରି ଲୋକଙ୍କ ସହ ଯୋଡ଼ିହେବେ ସେନେଇ ତାଲିମ ଦିଆଯାଇଛି । ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟାର ସମାଧାନ ନେଇ ପ୍ରୟାସ କରିବେ ଲୋକ ପ୍ରତିନିଧି । ଯୁବ ବର୍ଗଙ୍କୁ ଦଳ ସହ ଯୋଡିବା ମଧ୍ୟ ହେବ ପ୍ରାଥମିକତା ।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ୨୦୧୪ରେ ବିଜେପି ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଥିବାବେଳେ ବିଜେଡି ଏବେ ବହୁତ ଆଗରେ । ୨୦୨୪ ପ୍ରସ୍ତୁତି ପାଇଁ ସୋସିଆଲ ମିଡ଼ିଆ ଏକ ଅଂଶ ହୋଇଥିଲେ ବି ନୂଆ ଓଡ଼ିଶା ଗଠନ କ୍ଷେତ୍ରରେ ସୋସିଆଲ ମିଡ଼ିଆର ରହିବ ପ୍ରମୁଖ ଭୂମିକା ।
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023