ଯାଜପୁରରେ ବିଜେଡିର ବିଶାଳ ଯୁବ ସମାବେଶ

Published By : Prameya-News7 Bureau | October 07, 2018 IST

ଯାଜପୁର ୭/୧୦ : ଯାଜପୁରରେ ବିଜେଡିର ବିଶାଳ ଯୁବ ସମାବେଶ | କ୍ଷମତାସୀନ ବିଜୁ ଜନତା ଦଳ ପରେ ଏବେ ଏହାର ଯୁବଶକ୍ତି ସ୍ବରୂପ ବିଜୁ ଯୁବ ଜନତା ଦଳ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଠାରୁ ଆରମ୍ଭ କରି ଓଡିଶା ପ୍ରତି କେନ୍ଦ୍ରର ଅବହେଳା ଆଦିକୁ ପ୍ରସଙ୍ଗ କରିଛି ବିଜୁ ଯୁବ ଜନତା ଦଳ । ଏହି ଉପଲକ୍ଷେ ଯାଜପୁରର କୁଆଖିଆ ଠାରେ ଆୟୋଜିତ ହୋଇଥିଲା ଏକ ବିଶାଳ ଯୁବ ସମାବେଶ । ସମାବେଶରେ ସାମିଲ ହୋଇଥିଲେ ଯାଜପୁର ସାଂସଦ ରୀତା ତରାଇ ଓ ସମସ୍ତ ୭ ଟି ଯାକ ନିର୍ବାଚନ ମଣ୍ଡଳୀର ବିଧାୟକ । ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଯୁବକର୍ମୀଙ୍କ ସହିତ ସାମିଲ ଥିଲେ ବିଜୁ ଯୁବ ଜନତାର ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ନେତୃବୃନ୍ଦ । ଯୁବଶକ୍ତିକୁ ଆଧାର କରି ଏଇ ଠୁଁ ଏବଂ ଆଜି ଠୁଁ ଜିଲ୍ଲାରେ ନିର୍ବାଚନୀ ବିଗୁଲ ବାଜିଲା ବୋଲି କହିଥିଲେ ଯାଜପୁରର ଯୁବ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ । କେବଳ କର୍ମୀ ନୁହଁନ୍ତି, ଜିଲ୍ଲାର ସବୁ ନିର୍ବାଚିତ ସାଂସଦ ଓ ବିଧାୟକ ମଧ୍ୟ ଏକାଠି ହୋଇଥିଲେ ଗୋଟିଏ ମଞ୍ଚରେ । ନାରାବାଜୀରେ ଫାଟି ପଡୁଛି ସାରା ଅଞ୍ଚଳ । ଉଦ୍ଦେଶ୍ୟ ହେଉଛି ନବୀନ ସରକାରଙ୍କ ଆଭିମୁଖ୍ୟର ପ୍ରଚାର ପ୍ରସାର ଓ ଓଡିଶା ପ୍ରତି କେନ୍ଦ୍ରର ଅବହେଳାକୁ ଲୋକଲୋଚନକୁ ଆଣିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.