ମନ୍ତ୍ରୀଙ୍କୁ ରବର୍ ଷ୍ଟାମ୍ପ୍ କହିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ରମେଶ ମାଝୀ
7/06/2019 at 12:58 PM

ଭୁବନେଶ୍ବର ୭|୬: ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବୟାନ ଉପରେ ଜବାବ ରଖିଛି ବିଜେଡି । ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ତାରାଙ୍କ ବୟାନକୁ ନିନ୍ଦା କରିଛନ୍ତି । ଏଥିସହ ସେ କହିଛନ୍ତି ଯେ, ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଠାରୁ ଏଭଳି ଆଶା କରାଯାଏନି । ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁ, ସଚିବଙ୍କ ନିର୍ଦ୍ଦେଶରେ ନୁହେଁ ବୋଲି ପଦ୍ମିନୀ କହିଛନ୍ତି ।
ଅନ୍ୟପଟେ ବିଜେଡି ସାଂସଦ ରମେଶ ମାଝୀ କହିଛନ୍ତି ତାରାଙ୍କ ଅଭିଯୋଗ ଭିତ୍ତିହୀନ । ସବୁ ମନ୍ତ୍ରୀ ଫାଇଲ ଦେଖିବା ପରେ ଦସ୍ତଖତ କରିଥାନ୍ତି ।
ଗତକାଲି ତାରା କହିଥିଲେ ଯେ, ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ତିନି ଜଣଙ୍କୁ ଛାଡିଦେଲେ, ଅନ୍ୟ ସବୁ ମନ୍ତ୍ରୀଙ୍କ ସଚିବ ମାନେ କାମ କରନ୍ତି ।