ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି, ସସ୍ମିତ କହିଲେ- ‘ଲୋକଲଜ୍ଜା ପାଇଁ ମିଛ କହୁଛନ୍ତି’

Published By : Prameya-News7 Bureau | April 13, 2024 IST

ଭୁବନେଶ୍ବର ୧୩।୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନବୀନ ବିଏସକେୱାଇ ଯୋଜନାର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଧର୍ମେନ୍ଦ୍ରଙ୍କର ଓଡ଼ିଶା ପାଇଁ କ’ଣ ଅବଦାନ ଅଛି । ୧୦ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ହୋଇ ଆପଣଙ୍କ ଅଞ୍ଚଳ ପାଇଁ କ’ଣ କରିଛନ୍ତି । ଲୋକଲଜ୍ଜା ପାଇଁ ଆଜି ମିଛ କହୁଛନ୍ତି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଭାରତର ସର୍ବଶ୍ରେଷ୍ଠ ସ୍ଵାସ୍ଥ୍ୟ ଯୋଜନା । ଏହାରି ମଧ୍ୟମରେ ଲୋକେ ଚିକିତ୍ସା ପାଉଛନ୍ତି । 

କିନ୍ତୁ ଦୁର୍ଭାଗ୍ୟ ବିଷୟ କି ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନାରେ ପାଉଥିବା ଉପକାରିତା ନଜାଣି ଷଡ଼ଯନ୍ତ୍ର ବୋଲି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଏସକେୱାଇ ଯଦି ଖରାପ ଲାଗୁଛି ତେବେ ତାଙ୍କର ନିର୍ବାଚନ ଇସ୍ତାହାରରେ ବିଏସକେୱାଇ ବନ୍ଦ କରାଯାଉ ବୋଲି ବିଜେଡି କହିଛି ।  କେନ୍ଦ୍ରରେ ମନ୍ତ୍ରୀ ଥାଇ ମଧ୍ୟ ଏନଏଚ 55 ଜାତୀୟ ରାଜପଥଟି ସାରି ପାରିଲେନାହିଁ । ସେହି ଜାତୀୟ ରାଜପଥରେ ନିଶ୍ଚିତ ଧର୍ମେନ୍ଦ୍ର ପ୍ରଧାନ ଯାଇଥିବେ, ଏହି ଧକଡ ମଚରେ ଯାଇ କ’ଣ ଟିକେ ବି ଚିନ୍ତା କରୁନାହାନ୍ତି । ଏହା ଏକ ବିଫଳତା ବୋଲି ଅତ୍ୟୁକ୍ତି ହେବ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଏହି ବିଭ୍ରାନ୍ତକାରୀ ତଥ୍ୟ ନ ଦିଅନ୍ତୁ ଏଥିପାଇଁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର । 

You Can Read :

ନିର୍ବାଚନ ପାଇଁ ରାଜନୈତିକ ଦଳର ନୂଆ ରଣକୌଶଳ, କିଏ କର୍ମୀଙ୍କୁ ନେଇ ବୈଠକ କରୁଛି ତ କିଏ ଗ୍ରାଉଣ୍ଡରେ ବୁହାଉଛି ଝାଳ

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.