ଯାଜପୁରରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ବିଧାୟକ

Published By : Prameya-News7 Bureau | November 10, 2022 IST

ଚଣ୍ଡିଖୋଲ ୧୦।୧୧: ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ । ଏହି ପଦଯାତ୍ରାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହାପରେ ପଦଯାତ୍ରାଟି ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥିଲେ । ପଦଯାତ୍ରାରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି ଓ ବିଜେଡିର ତୃଣମୂଳ ସ୍ତରର ଅନେକ କମକର୍ତ୍ତା ସାମିଲ ହୋଇଥିଲେ ।ସରକାରଙ୍କ ବିକାଶମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୂଳଲକ୍ଷ୍ୟ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।  

{"id":707290,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.