ତୈଳ ଦର ବୃଦ୍ଧିକୁ ନେଇ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
Published By : Prameya-News7 Bureau | October 01, 2018 IST
ଭୁବନେଶ୍ବର ୧|୧୦: ତୈଳ ଦର ବୃଦ୍ଧିକୁ ନେଇ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ରାଜଭବନ ସମ୍ମୁଖରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବ ଦଳ । ମୋଦି ସରକାର ତୁରନ୍ତ ତେଲ ଉପରେ ନିୟନ୍ତ୍ରଣ ରଖିବାକୁ ଦାବି କରିଛି ବିଜେଡି । ସେପଟେ ତେଲ ଦର ବୃଦ୍ଧି ପାଇଁ ପୁଣି ଅନ୍ତର୍ଜାତୀୟ ବଜାରକୁ ଦୋଷ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାର, ଅନ୍ତର୍ଜାତୀୟ ତୈଳ ବଜାର ଉପରେ ନଜର ରଖିବା ସହ ବିଭିନ୍ନ ତୈଳ ଉତ୍ପାଦନକାରୀ ଦାଶଙ୍କ ସହ ଆଲୋଚନା କରୁଛନ୍ତି । ତେବେ ପ୍ରସଙ୍ଗ ଉପରେ ବିଜେଡିକୁ ପେଞ୍ଚ ମାରିଛନ୍ତି କେନ୍ଦ୍ର ମନ୍ତ୍ରୀ । ରାଜ୍ୟ ପ୍ରଥମେ ଟିକସ କମାଇବାକୁ ସେ ଦାବି କରିଛନ୍ତି । ଟିକସ ନ କମାଇ, ମୁଣ୍ଡ ଉପରୁ ଦାୟିତ୍ବ ଖସାଇବାକୁ ବିଜେଡି ତ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।