କେନ୍ଦ୍ରକୁ ବିଜେଡିର ଟାର୍ଗେଟ, କହିଲା- ଟାଳଟୁଳ ନୀତି ଲାଗି କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚାଲିପାରୁନି

Published By : Prameya-News7 Bureau | December 19, 2022 IST

କେନ୍ଦ୍ରାପଡ଼ା ୧୯।୧୨ : କେନ୍ଦ୍ରାପଡାର ରେଳ ଲାଇନ ନେଇ ବିଜେଡିର ପ୍ରେସମିଟ । କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି। ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଯାହାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ ହେଉଛି । ତେଣୁ ବିଜେଡି ଦାବି କରୁଛି କେନ୍ଦ୍ରାପଡାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଯାଉ ।

ବିଜେଡି ପ୍ରେସ୍‌ମିଟ୍‌ରେ ଆହୁରୀ ମଧ୍ୟ କହିଛି ଯେ, ଗତ ୨୩. ୯. ୨୦ରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ନିୟମିତ ୨୦ଟି ରେଳ ମାଲବାହୀ ଟ୍ରେନ ଚଳାଚଳ କରୁଛି । ଯାତ୍ରୀବାହୀ ଟ୍ରେନ ଯାତାୟତ ପାଇଁ ପରୀକ୍ଷା ମୂଳକ ଚଳାଚଳ ଶେଷ ହୋଇଥିଲେ ବି ଚାଲିପାରୁନି । ବିନା ମୂଲ୍ୟରେ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.