ବିଜେଡି ପ୍ରତିଷ୍ଠା ଦିବସ, ନେହେରୁ ଷ୍ଟାଡିୟମରେ ଭବ୍ୟ ସମାରୋହ

Published By : Prameya-News7 Bureau | January 10, 2023 IST

ଭଦ୍ରକ ୧୦/୦୧: ଭଦ୍ରକ ବିଜେଡିର ପ୍ରତିଷ୍ଠା ଦିବସ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଚରମ୍ପା ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ପାଛୋଟି ସାରା ସହର ପରିକ୍ରମା କରିବା ପରେ ନେହେରୁ ଷ୍ଟାଡିୟମରେ ପହଞ୍ଚିଥିଲେ ।

ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟ ଜାରି ରହିଥିବା ଯୋଗୁଁ ରାଜ୍ୟର ମହିଳା, ଯୁବ, ଛାତ୍ର ସମସ୍ତ ବର୍ଗର ଲୋକମାନେ ବିଜେଡି ସହିତ ସାମିଲ ହୋଇଛନ୍ତି । ରାଜ୍ୟର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଏକ ବିରାଟ ଦଳ ଭାବେ ଉଭା ହୋଇଛି ।

ରାଜ୍ୟ ସମେତ ଭଦ୍ରକରେ ବହୁ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି ଓ ଆଗକୁ ଜାରି ରହିବ ବୋଲି ଉପସ୍ଥିତ ଥିବା ବରିଷ୍ଠ ନେତା ଦେବୀ ମିଶ୍ର କହିଥିଲେ । ବିଭିନ୍ନ କ୍ଷେତ୍ରରେ ଲୋକଙ୍କର ଉନ୍ନତି ନିମନ୍ତେ ଭଦ୍ରକରେ ବିଧାୟକ ଭାବେ ସେବା ଜାରି ରହିଛି ଓ ରହିବ ବୋଲି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.