ଭୁବନେଶ୍ବର ୧୭|୧: ମୋଦିଙ୍କ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମ ବେଳେ ପୁରୀରେ କାଳିଆ ଯୋଜନା କାର୍ଯ୍ୟକ୍ରମରେ ଲକ୍ଷେ ଚାଷୀଙ୍କ ସମାବେଶ ଆୟୋଜନ କରିବେ ରାଜ୍ୟ ସରକାର । ଏଥିପାଇଁ ବିଜେଡି ବ୍ୟାପକ ଆୟୋଜନରେ ମାତିଛି । ସେପଟେ କାଳିଆ ଯୋଜନା ଟଙ୍କାକୁ କଣ୍ଟିଜେନସି ଫଣ୍ଡରୁ ଆଣି ଦେବାକୁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଆଇନ ବିରୋଧୀ କହି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । କାଳିଆ ଯୋଜନାରେ ୬୬ ଲକ୍ଷ ଆବେଦନ କାରୀଙ୍କ ଭିତରୁ ହିତାଧିକାରୀ କିଭଳି ବାଛିବେ ସରକାର ସେନେଇ ପ୍ରଶ୍ନ କରିଛି ବିଜେପି ।
{"id":75070}ମୋଦିଙ୍କ ଭଳି ରାହୁଲଙ୍କୁ କାଉଣ୍ଟର କରିବାକୁ ବିଜେଡିର ଯୋଜନା । ୨୫ରେ ରାହୁଲ ଗାନ୍ଧି ଯେତେବେଳେ ଭୁବନେଶ୍ବର ଉପକଣ୍ଠରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଥିବେ ସେତିକି ବେଳେ ପୁରୀରେ ନବୀନ ଲକ୍ଷେ କୃଷକଙ୍କ ସମାବେଶ କରିବେ । ଅର୍ଥାତ ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର ପାଇଁ ପୁରୀରେ କାଳିଆ ଯୋଜନାରେ ଚାଷୀଙ୍କୁ ଡାକି ଟଙ୍କା ବାଣ୍ଟିବା କାମ କରିବେ ନବୀନ ।
{"id":75073}ଯଦିବା ଏହା ସରକାରୀ କାର୍ଯ୍ୟକ୍ରମ, କିନ୍ତୁ ସାରା ରାଜ୍ୟରୁ କୃଷକ ମାନେ କିଭଳି ପୁରୀ ସମାବେଶରେ ଯୋଗଦେବେ ତାପାଇଁ ପୂରା ଦମରେ ଲାଗିଛି ବିଜେଡି । ଆଗରୁ ମୋଦିଙ୍କ କାର୍ଯ୍ୟକ୍ରମ ଦିନ ନବୀନ ମଧ୍ୟ କାର୍ଯ୍ୟକ୍ରମ ରଖି କାଉଣ୍ଟର କରିଆସୁଥିଲେ । ଏବେ ରାହୁଲ ଗାନ୍ଧିଙ୍କ କେସ୍ ରେ ବି ସେଇଆ । ଏମିତି କରି ଉଭୟ ଗଣମାଧ୍ୟମ ଓ ଲୋକଙ୍କ ଦୃଷ୍ଟି କେନ୍ଦ୍ରୀୟ ନେତାଙ୍କ ଆଡୁ ଏଡେଇବାକୁ ଯୋଜନାରେ ବିଜେଡି ।
{"id":75071}କାଳିଆ ଯୋଜନାରେ ସେହିଦିନ ୧୪ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ । ବାକି ୬୬ ଲକ୍ଷ ଆବେଦନକାରୀଙ୍କ ଫର୍ମ ଯାଞ୍ଚହୋଇ ଜାନୁଆରୀ ୨୬ରୁ ଫେବୃଆରୀ ୫ ଭିତରେ ପଞ୍ଚାୟତ ଅଫିସରେ ହିତାଧିକାରୀଙ୍କ ନାଁ ଛପାଯିବ । ହେଲେ କାଳିଆ ଯୋଜନା ଅର୍ଥକୁ ରାଜ୍ୟ ସରକାର କଣ୍ଟିଜେନସି ଫଣ୍ଡରୁ ଆଣି ଦେବାକୁ ଯେଉଁ ମସୁଧା କରିଛନ୍ତି ତାକୁ ନେଇ ଉଠିଲାଣି ବିବାଦ । କଣ୍ଟିଜେନସି ଫଣ୍ଡ ଅର୍ଥ ଆପତକାଳୀନ ସମୟରେ ବ୍ୟବହାର ପାଇଁ ଥିବାବେଳେ କାଳିଆ ଯୋଜନାରେ ଏହା କାହିଁକି ବିନିଯୋଗ ହେବ ବୋଲି ବିରୋଧୀ ନେତା ପ୍ରଶ୍ନ କରିଛନ୍ତି । ସେପଟେ କାଳିଆ ଯୋଜନାରେ ଯେତିକି ଆବେଦନକାରୀ ଅଛନ୍ତି , ହିତାଧିକାରୀଙ୍କୁ ସରକାର କିଭଳି ଚିହ୍ନଟ କରିବେ ବୋଲି ବିଜେପି ପ୍ରଶ୍ନ କରିଛି ।
{"id":75072}ରାଜ୍ୟ ରାଜନୀତି ଆଗକୁ ଭିନ୍ନ ମୋଡ ନେବାକୁ ଯାଉଛି। ସବୁଦଳ ଛେକା ଛକିରେ ବ୍ୟସ୍ତ। କିଏ କାହାକୁ କିଭଳି ଚେକ୍ ଦେବ ଏବଂ ସ୍କୋର କରିବ ସେହି ବ୍ଲୁପ୍ରିଣ୍ଟରେ ଲାଗିପଡିଛନ୍ତି।