ଧର୍ମଶାଳା ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ସରକାରଙ୍କୁ ଘେରିଲେ ବର୍ଷିଲେ ଦଳୀୟ ନେତା

Published By : Prameya-News7 Bureau | November 10, 2024 IST

ଚଣ୍ଡିଖୋଲ: ଯାଜପୁର ଧର୍ମଶାଳା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ପଦଯାତ୍ରା ସ୍ଥାନୀୟ ଶାନ୍ତିବଜାରରୁ ବାହାରି ଧର୍ମଶାଳା ମେଳଣ ପଡିଆରେ ପହଞ୍ଚିଥିଲା।

ଏହି ପଦଯାତ୍ରାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲିକ, ବିଧାୟକ ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ନେତାମାନେ, ପୂର୍ବ ସରକାରରେ ହୋଇଥିବା ବିକାଶ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। 

ଏହା ସହ ବିଜେଡି ବିଧାୟକ ଏବଂ ନେତାମାନେ, ଶାସନରେ ଥିବା ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଦଳୀୟ ନେତା କହିଛନ୍ତି ରାଜ୍ୟ ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସରକାର ରଙ୍ଗ ବଦଳେଇବା କାର୍ଯ୍ୟ କରୁଛନ୍ତି। ବିଜେଡି ସରକାରରେ ଯାହା ହୋଇ ନଥିଲା ତାହା ନୂତନ ସରକାରରେ ଦେଖିବାକୁ ମିଳିଛି।ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀ ଆଜି ଅଶାନ୍ତ ହୋଇ ପଡିଛି। 

ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ନେତା ଓ କର୍ମୀ ଯୋଗଦେଇଥିବାବେଳେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଦଳୀୟ ନେତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.