କୋଭିଡ -୧୯ ପରିଚାଳନା ନେଇ ବିଜେଡିର ଓ୍ଵେବିନାର ଆୟୋଜିତ

Published By : Prameya-News7 Bureau | August 16, 2020 IST

ଭୁବନେଶ୍ଵର ୧୬।୦୮: ଶାସକ ବିଜେଡି ଯୁବ ଓ ଛାତ୍ର ସଂଗଠନ ତରଫରୁ ଆଜି ‘ବିପର୍ଯ୍ୟୟ ପରିଚାଳନା: କୋଭିଡ -୧୯ ଏବଂ ଓଡିଶା ସରକାରଙ୍କ ପ୍ରତିକ୍ରିୟା’ ଉପରେ ଓ୍ଵେବିନାର ଆୟୋଜିତ ହୋଇଛି।

ଏହି ଓ୍ଵେବିନାରର ସିଧା ପ୍ରସାରଣ ବିଯୁ ଯୁବ  ଜନତା ଦଳର ଫେସବୁକ୍‌ ପେଜ୍‌ରେ କରାଯାଇଛି। ଫେସବୁକ୍ ତଥ୍ୟ ଅନୁଯାୟୀ ଏହା ଓଡିଶାର ସର୍ବାଧିକ ଅଂଶଗ୍ରହଣକାରୀ ୱେବିନାର ହୋଇପାରିଛି। ପାର୍ଟି କହିଛି ଫେସବୁକ୍ ସିଧା ପ୍ରସାରଣରେ ୨.୩୩ ଲକ୍ଷରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ବେଳେ  ଭିଉ ଏକ ଲକ୍ଷରୁ ଅଧିକ ରହିଛି। ଏହି ପରି ୨୦୦୦ରୁ ଅଧିକ ଲାଇକ୍‌ ମିଳିବା ସହିତ ମୋଟ୍ ଏନଗେଜମେଣ୍ଟ ୩୪୦୦୦ ରହିଥିଲା।

ପାର୍ଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ପୋଷ୍ଟ ଲାଇଭ ଭିଡିଓରେ ବିଭିନ୍ନ ପ୍ଲାଟଫର୍ମରେ ଏକ ଲକ୍ଷରୁ ଅଧିକ ଲୋକ ଯୋଡି ହେବାର ଆଶା ରହିଛି ଏବଂ ଏହି ଓ୍ଵେବିନାରକୁ ସବୁ ମହଲ ଦ୍ଵାରା ଆଦୃତ ହୋଇଛି। ଏହି ଓ୍ଵେବିନାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଅଚ୍ୟୁତ୍ ସାମନ୍ତଙ୍କ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.