scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

5T ସଚିବଙ୍କୁ କାଳିମାଡକୁ ଦୃଢ ନିନ୍ଦା, ବିଜେପିର ଭୁବନ ବନ୍ଦ ଡାକରାକୁ ନାପସନ୍ଦ କଲା ବିଜେଡି

21/08/2023 at 10:41 AM

ଭୁବନ ୨୧/୦୮: 5T ସଚିବଙ୍କୁ କାଳି ମାଡକୁ ନେଇ ଦୃଢ ନିନ୍ଦା କରିବା ସହିତ ଆସନ୍ତା ୨୨ ତାରିଖରେ ଭୁବନ ବିଜେପି ତରଫରୁ ଭୁବନ ବନ୍ଦ ଡାକରାକୁ ନାପସନ୍ଦ କଲା ବିଜୁ ଜନତାଦଳ ।

ସୂଚନା ଥାଉକି, ପୁରୀ ଜିଲ୍ଲାର ସତ୍ୟବାଦୀରେ 5T ସଚିବଙ୍କ ଉପରକୁ କାଳି ମାଡକୁ ଦୃଢ ଭାବରେ ନିନ୍ଦା କରିଛି ଭୁବନ ବିଜୁ ଜନତାଦଳ । ଭୁବନ ବିଜୁ ଜନତାଦଳ ତରଫରୁ ସ୍ଥାନୀୟ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସଚିବଙ୍କ ଉପରକୁ ହୋଇଥିବା କାଳି ମାଡ ଓଡିଶାର ବିକାଶ ଧାରାକୁ ଅଟକାଇ ପାରିବନାହିଁ । ବିରୋଧୀ ମାନଙ୍କର ଏପରି ହୀନ କାର୍ଯ୍ୟ ବିରୋଧରେ ଓଡିଶାର ମା, ଭଉଣୀ ଓ ଓଡିଶାର ଜନସାଧାରଣ ଆଗାମୀ ସାଧାରଣ ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଭୁବନ ବିଜୁ ଜନତାଦଳ ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ସାହୁ ।

ଏଥିସହିତ ଭୁବନ ବିଜେପି ଦ୍ବାରା ଭୁବନ ବନ୍ଦକୁ ପରିହାସ କରିବା ସହିତ ଭୁବନରେ ଚାଲୁ ରହୁଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡିକ ଆଗାମୀ ସ୍ବାୟତ୍ତ ଶାସନ ଦିବସ ଦିନ ଉଦଘାଟନ ହେବ ବୋଲି କୁହାଯାଇଛି । ସେହିପରି ବିଜେପି ତରଫରୁ ଦିଆଯାଇଥିବା ଭୁବନ ବନ୍ଦ ଡାକରାକୁ ନିନ୍ଦା କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି, ବିଜେପି ଶସ୍ତାରେ ଲୋକପ୍ରିୟ ହେବା ପାଇଁ ଚାହୁଁଛି । ଲୋକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଶସ୍ତା ରାଜନୀତି ଭୁବନ ଲୋକମାନେ କେବେ ଗ୍ରହଣ କରିବେ ନାହିଁ ।

ଆହୁରି ମଧ୍ୟ ଆଗାମୀ ଦିନରେ ଭୁବନର ବହୁ ବିକାଶ କାର୍ଯ୍ୟ କରାଯିବା ସହିତ ଭୁବନରେ ମିନି ଶୀତଳ ଭଣ୍ଡାର କରାଯିବ ବୋଲି କହିଛନ୍ତି ଭୁବନ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ । ଏଥି ସହିତ 5T ସଚିବଙ୍କ ଉପରକୁ କାଳି ଫିଙ୍ଗିଥିବା ଭାସ୍କର ସାହୁଙ୍କୁ ତୁରନ୍ତ ଛାଡିବାକୁ ନିର୍ଦ୍ଦେଶ ଦେବା 5T ସଚିବଙ୍କ ମହାନିୟତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ଭୁବନ ବିଜୁ ଜନତାଦଳ।

you can also read….

   Related Posts