ନିଲମ୍ବନ କାହିଁକି ହଟୁନି ପ୍ରଶ୍ନ କଲେ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା

Published By : Prameya-News7 Bureau | September 10, 2018 IST

ଭୁବନେଶ୍ୱର ୧୦/୯ : ମୟୁରଭଞ୍ଜର ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଦଳର ପକ୍ଷପାତ ନୀତି ନେଇ ବର୍ଷିଛନ୍ତି | ଦଳରେ ଆଦିବାସୀ ଲବି ନଥିବାରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ଆଜି ଯାଏ ପ୍ରତ୍ୟାହାର ହେଉନାହିଁ ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି | ଉପକୂଳିଆ ଲବି ଯୋଗୁଁ ଉପକୂଳ ଅଂଚଳରେ ସମାନ ଅଭିଯୋଗରେ ନିଲମ୍ବିତ ନେତାମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଯାଇଛି ବୋଲି କ୍ଷୋଭର ସହ ରାମଚନ୍ଦ୍ର ହାଁସଦା କହିଛନ୍ତି | ଉଚିତ ସମୟରେ ସେ ଦଳର ସୁପ୍ରିମୋଙ୍କୁ ଫେରାଦ ହେବେ ବୋଲି ମଧ୍ୟ କହିଛନ୍ତି | ସୂଚନାଯୋଗ୍ୟ ଯେ, ନବଦିଗନ୍ତ ଚିଟ ଫଣ୍ଡ କମ୍ପାନୀ ସହ ସମ୍ପକ୍ତ ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା | ଫଳରେ ୨୦୧୪ ମସିହା ନଭେମ୍ବର ୪ ତାରିଖରେ ରାମଚନ୍ଦ୍ର ହାଁସଦାଙ୍କୁ ଦଳ ନିଲମ୍ବିତ କରିଥିଲା | ତେବେ ଦୀର୍ଘ ୪ ବର୍ଷ ଜେଲରେ ରହିବା ପରେ ଗତ ଜୁଲାଇ ୩ ତାରିଖରେ ସୁପ୍ରିମକୋର୍ଟରୁ ରାମଚନ୍ଦ୍ର ଜାମିନ ପାଇ ଜେଲରୁ ମୁକୁଳିଥିଲେ | ରାମଚନ୍ଦ୍ର ହାଁସଦାଙ୍କୁ ଆଜି ହଠାତ ବିଧାନସଭା ପରିସରରେ ଦେଖିବାକୁ ମିଳିଥିଲା | ସାମ୍ବାଦିକଙ୍କୁ ଡାକି ସେ ଏହି ମନ୍ତବ୍ୟ ଦେଇଥିଲେ | ଅପରପକ୍ଷରେ ହାଁସଦାଙ୍କ ଏହି ଅଭିଯୋଗ ସମ୍ପର୍କରେ ଦଳର ମୁଖପାତ୍ର ସସ୍ମିତ ପାତ୍ର କିଛି କହିବାକୁ ମନା କରିଦେଇଛନ୍ତି | ସେ କହିଛନ୍ତି ଯେ, ଏହା ସିଧାସଳଖ ଦଳର ସୁପ୍ରିମୋଙ୍କ ବ୍ୟାପାର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.