ପ୍ରଭାତ ବିଶ୍ୱାଳଙ୍କୁ ଜାମିନ

Published By : Prameya-News7 Bureau | June 26, 2018 IST

କଟକ ଚୌଦ୍ୱାର ର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଶେଷରେ ଜାମିନ ମିଳିଛି । ପୂର୍ବରୁ ହାଇକୋର୍ଟ ତାଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିଲେ କଟକ -ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ଗିରଫ ପରେ ପ୍ରଭାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଆଜି ପର୍ଯ୍ୟନ୍ତ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ୨୦୧୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଅନ୍ତରୀଣ ଜାମିନର ସର୍ତ ଥିଲା ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ୫ ଲକ୍ଷ ଲେଖାଏଁ ୨ ଜଣ ଜାମିନଦାର ପାଇଁ ମଧ୍ୟ ସର୍ତ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.