ବିନିକା ୨୪।୦୪ : ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି । ନେତା ମାନେ ସେତେ ସେତେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ଲୋକଙ୍କ ପାଖକୁ ଯାଇ ତାଙ୍କ ସହିତ ମିଶି ଆଲୋଚନା କରୁଛନ୍ତି ଏବଂ ସୁଖଦୁଃଖ ମଧ୍ୟ ବୁଝୁଛନ୍ତି । ଭୋଟରଙ୍କ ସହ ସମୟ ଅତିବାହିତ କରୁଛନ୍ତି ।
ବୀରମହାରାଜପୁର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ପ୍ରଚାର ପାଇଁ ସକାଳ ଠାରୁ ସଂଧ୍ୟା ଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିନିକା ଏନ୍ଏସି ଅନ୍ତର୍ଗତ ଗୁଲପଡା ଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସହ ଉପସ୍ଥିତ ରହି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା । ଏଠାରେ ବସି ଲୋକ କୀର୍ତ୍ତନର ମଜା ଉଠାଇ ଥିଲେ । ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ ଗାଁ ଗାଁ ବୁଲି ବୁଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରୁଛନ୍ତି । ଏହାସହ ନିଜ ଦଳ ପାଇଁ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ।