ବିଧାନସଭାରେ ହାତ ମିଶାଇ ପ୍ରସଙ୍ଗ ଉଠାଉଛନ୍ତି କଂଗ୍ରେସ ଓ ବିଜେପି : ଅରୁଣ ସାହୁ
27/03/2023 at 3:15 PM

ଭୁବନେଶ୍ବର ୨୭।୩: ନିଜସ୍ବ ଢଙ୍ଗରେ କିଏ କାହା ମତ ରଖିବ, ସେଥିରେ ସମସ୍ତଙ୍କ ଅଧିକାର ଅଛି । ହେଲେ ମାସେ ହେଲା ବିଧାନସଭାରେ ହାତ ମିଶାଇ ପ୍ରସଙ୍ଗ ଉଠାଉଛନ୍ତି କଂଗ୍ରେସ ଓ ବିଜେପି । ପରସ୍ପରକୁ ତାଳି ମାରି ଉସକାଉଛନ୍ତି । ଉଭୟଙ୍କ ଭିତରେ ନିବିଡ଼ ସମ୍ପର୍କ ରହିଛି । ଗୃହରେ କୋଳାକୋଳି ହେଉଛନ୍ତି । ମିଳିମିଶି ବିଧାନସଭା ବନ୍ଦ କରୁଛନ୍ତି । ନିଜ ଢଙ୍ଗରେ ପ୍ରତିବାଦ କରନ୍ତୁ । ହେଲେ ଗୃହ ଚାଲିବାକୁ ଦିଅନ୍ତ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।