ବିଜୁ ଜନତା ଦଳର ମିଶ୍ରଣପର୍ବ, ହାତ ଛାଡି ଶଙ୍ଖ ଫୁଙ୍କିଲେ ପୂର୍ବତନ ସମିତି ସଭ୍ୟ ଓ ଧର୍ମପତ୍ନୀ

Published By : Prameya-News7 Bureau | May 30, 2022 IST

ଆଠଗଡ଼ ୩୦/୦୫ : ଆଠଗଡ଼ ବ୍ଲକ୍ ଧୁରୁଷିଆ ପଞ୍ଚାୟତର ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତାଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡିରେ ଯୋଗ ଦେଲେ ଵରିଷ୍ଠ କଂଗ୍ରେସ ନେତା ତଥା ଆଠଗଡ ଵ୍ଲକ ୩ନଂ ଜୋନର କଂଗ୍ରେସ ଦଳ ସଭାପତି ତଥା ପୂର୍ବତନ ସମିତି ସଭ୍ୟ ମଙ୍ଗୁଳି ଚରଣ ପାଣି ଓ ତାଙ୍କର ଧର୍ମପତ୍ନୀ ନବ ନିର୍ବାଚିତ ସରପଞ୍ଚ ସଂଯୁକ୍ତା ପାଣି ଏବଂ ତାଙ୍କର ଶତାଧିକ କର୍ମୀ ।

ଆୟୋଜିତ ଏହି ସଭାରେ କଟକ ଜିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ନୃସିଂହ ଚରଣ ମହାପାତ୍ର , ଆଠଗଡ଼ ବ୍ଲକ୍ ବିଜୁ ଜନତା ଦଳର ସଭାପତି ରବୀନ୍ଦ୍ରନାଥ ରାଉତ ସେମାନଙ୍କୁ ଦଳୀୟ ପତାକା ଏବଂ ଉତ୍ତରୀୟ ଦେଇ ଶପଥ ପାଠ କରାଇଥିଲେ ।

ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଆଠଗଡ଼ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଆଠଗଡ଼ ପାଇଁ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବିଜୁ ଜନତା ଦଳରେ ଯୋଗଦାନ କରିଥିବା କହିଛନ୍ତି ଵରିଷ୍ଠ କଂଗ୍ରେସ ନେତା ମଙ୍ଗୁଳି ଚରଣ ପାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.