ପିପିଲି ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ୩ଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

Published By : Prameya-News7 Bureau | December 20, 2021 IST

ନିମାପଡା ୨୦।୧୨: ପୁରୀ ଜିଲ୍ଲା ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଜ ଦଳ ଛାଡି ବିଜେଡିରେ ସାମିଲ ହେଲେ ତିନୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ବିଧାୟକ ରୁଦ୍ରପ୍ରତାପ ମହରଥୀଙ୍କ ତତ୍ତ୍ବାବଧାନରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ।

{"id":562353,"width":755,"height":415,"sizeSlug":"full","linkDestination":"none"}

ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଦଳରେ ମିଶିଥିବା କର୍ମୀମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏଥିରେ ସଂପୁର, ଦୁର୍ଗାଦାଶପୁର ସହିତ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ମଲ୍ଲିକ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ମଜବୁତ କରିବ ବୋଲି ମନ୍ତ୍ରୀ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନୀତି ଆଦର୍ଶ ଓ ବିଧାୟକ ରୁଦ୍ର ମହାରଥୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଥିବା ଦଳ ଛାଡିଥିବା କର୍ମୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.