ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜବୁତ ହେଉଛି ବିଜେଡି, ସାମିଲ ହେଲେ ଶତାଧିକ କର୍ମୀ

Published By : Prameya-News7 Bureau | December 15, 2021 IST

ଭଦ୍ରକ ୧୫/୧୨: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସାହାସପୁର ପଞ୍ଚାୟତର ଅନ୍ୟଦଳର ଶତାଧିକ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଙ୍ଗଠନ ବୃଦ୍ଧି ନିମନ୍ତେ ଧାମନଗର ବିଜେଡି ପକ୍ଷରୁ ବ୍ଳକର ବିଭିନ୍ନ ପଞ୍ଚାୟତର ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି.

ଦଳ ପକ୍ଷରୁ ସାହାସପୁର ପଞ୍ଚାୟତରେ ଆୟୋଜିତ ବିରାଟ କର୍ମୀ ସମାବେଶରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ପର୍ଯ୍ୟବେକ୍ଷକ ତଥା ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା, ସ୍ଥିର ଶାସନ ଓ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖୁଛନ୍ତି ।

ସଭାରେ ପଞ୍ଚାୟତର ଅନ୍ୟ ଦଳର ନେତୃତ୍ୱ ନେଉଥିବା କର୍ମୀ ନିଜର ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ଦଳର ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବ ସଭାରେ ସାହାସପୁର ପଞ୍ଚାୟତ ବିଜେପି ଦଳର ଶତାଧିକ କର୍ମୀ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ସ୍ଵାଗତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.