ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ
26/09/2023 at 5:58 PM

ଭୁବନେଶ୍ଵର: ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କଲା ଶାସକ ବିଜୁ ଜନତା ଦଳ(ବିଜେଡି)। ଦଳର ସଂଗଠନକୁ ଆହୁରି କ୍ରିୟାଶୀଳ କରିବା ଏବଂ ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ଵିତ କରିବାକୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏ ନେଇ ମଙ୍ଗଳବାର ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର।
Also read- ସିସୋର ଠକେଇ ମାମଲା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍
ସାରା ରାଜ୍ୟରେ ଅକ୍ଟୋବର ୨ରୁ ଅକ୍ଟୋବର ୧୧ ତାରିଖ ଯାଏ ପଦଯାତ୍ରା କରିବେ ବିଜେଡି କର୍ମୀ। ଏହି ସମୟରେ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବ ବୋଲି ଦେବୀ ମିଶ୍ର କହିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୪ରେ ନବୀନ ନିବାସରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ନିର୍ବାଚନ ଘୋଷଣା ହେଉ କି ନ ହେଉ ଦଳ ରଣନୀତି ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲା।

ଗାନ୍ଧି ଜୟନ୍ତୀରୁ ହେବ ପଦଯାତ୍ରା କରାଯିବ ବୋଲି ଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିପରି ନିର୍ବାଚନ ପୂର୍ବରୁ ୩୦ ହଜାର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତି ନିର୍ବାଚନ ମଣ୍ଡଳୀରୁ ୨ଶହ ଜଣ ନେବେ ତାଲିମ। ସପ୍ତାହକ ଭିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଦଳର ଛାମୁଆ ନେତା ଓ ମୁଖପାତ୍ରମାନଙ୍କୁ ତାଲିମ ଦିଆଯିବ।
Also read- ୨୦୨୪ ପାଇଁ କାହାର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଧର୍ମେନ୍ଦ୍ରଙ୍କ ଉତ୍ତରରେ ରାଜନୀତି ସରଗରମ
ସୂଚନାଯୋଗ୍ୟ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନା କେନ୍ଦ୍ର ସହିତ ଯିବେ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। କଂଗ୍ରେସ କହିଛି ଦେଶରେ କି ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ। ଏଥିନେଇ ଡରି ଯାଇଛନ୍ତି ବିଜେଡି ଓ ବିଜେପି। ବିଜେପି କହିଛି ବିଜେଡି ଅଗୁଆ ନିର୍ବାଚନ କରିବାକୁ ଚାହୁଁଥିଲା । ହେଲେ ଯେହେତୁ ସେମାନଙ୍କର ସ୍ଥିତି ଠିକ ନାହିଁ ସେଥିପାଇଁଏବେ ବିଜେଡି କହିଲାଣି କେନ୍ଦ୍ର ସହିତ ଯିବୁ ବୋଲି । ଏପଟେ ବିଜେଡି କହିଛି କେବେ ଆଗୁଆ ନିର୍ବାଚନକୁ ବିଜେଡି କହିନି। ଯେତେବେଳେ ବି ନିର୍ବାଚନ ହେବ ବିଜେଡି ପ୍ରସ୍ତୁତ ଅଛି। ନିର୍ବାଚନ ଆଗୁଆ ହେବ କି ନାହିଁ ତାହା ତ ସ୍ପଷ୍ଟ ହୋଇନି। କିନ୍ତୁ ନିର୍ବାଚନ ଭଳି ମାହୋଲ ସୃଷ୍ଟି ହୋଇସାରିଲାଣି। ସବୁ ଦଳ ସେମାନଙ୍କ ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛନ୍ତି।