Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଆଜି ସରିବ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ

25/05/2018 at 8:34 AM

ଆଜି ସରିବ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ଝାରସୁଗୁଡ଼ାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ପାରାଦୀପରେ ସରୁଛି । ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଯାତ୍ରା, ଆଜି ଉପକୂଳ ଓଡ଼ିଶାରେ ଉଦଯାପିତ ହେବ । ବିଭିନ୍ନ ସଙ୍ଗଠନ ରାଲିରେ ବ।ହାରିଛନ୍ତି । ମୂଳ ପକାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ମୁଣ୍ଡି ମାରିବେ । ଯେଉଁଠି ବିଜେଡି ଏକ ରକମ ଶକ୍ତି ପ୍ରଦର୍ଶନ କରିବ । ଏଥିପାଇଁ ପାରାଦୀପ ସମୁଦ୍ର ବେଳାଭୂମିରେ ବିଜୁ ମଇଦାନରେ ବିଶାଳ ସମାବେଶ ହେବ । ଯେଉଁଥିରେ ପ୍ରାୟ ଏକ ଲକ୍ଷ ଲୋକ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ବ୍ୟବସ୍ଥାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୧୧ ଟା ବେଳେ ପାରାଦୀପ ମେରାଇନ ଡ୍ରାଇଭ ଷଣ୍ଢକୁଦରେ ହେଲିକପ୍ଟର ଯୋଗେ ଅବତରଣ କରିବେ । ଏହା ପରେ ମହାନଦୀ ସୁରକ୍ଷା ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

   Related Posts