ବିଜେଡିର ମହା ମିଶ୍ରଣ ପର୍ବ : ଶଙ୍ଖ ଧରିଲେ ଜାଗୁଳା ସରପଞ୍ଚଙ୍କ ସହ ଶତାଧିକ କର୍ମୀ

Published By : Prameya-News7 Bureau | August 24, 2021 IST

ଚାନ୍ଦବାଲି ୨୪।୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଗଙ୍ଗାମାତା ପଡ଼ିଆରେ ବିଜେଡ଼ିର ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସରପଞ୍ଚ ସୁରେଶ ମାହୁ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ତାଙ୍କୁ ସ୍ଵାଗତ କରିବା ସହ ତାଙ୍କୁ ଏହି ମହା ମିଶ୍ରଶ ପର୍ବରେ ସାମିଲ କରିଥିଲେ । 

{"id":500504,"sizeSlug":"full","linkDestination":"none"}

ଭଦ୍ରକ ଜିଲ୍ଲାର ବିଜେଡ଼ି ଉପସଭାପତି ବଳଭଦ୍ର ଲେଙ୍କା ସଭାପତିତ୍ତ୍ବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଧଳ, ଧାମରା ସରପଂଚ ପ୍ରିୟ ରଂଜନ ଜେନା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ିର ବିକାଶମୂଳକ କାର୍ଯ୍ୟ ଉପରେ ଅଭିଭାଷଣ ଦେଇଥିଲେ ।

{"id":500505,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.