କୋଣାର୍କ ୨୦।୭: ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ବଳଙ୍ଗା ଥାନା ଘେରାଉ କଲେ ବିଜେଡି ନେତା ଓ କର୍ମୀ । ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି । ଥାନା ମଧ୍ୟକୁ ପଶିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ । ବିଜେଡି କର୍ମୀଙ୍କୁ ଅଟକାଇଲା ପୋଲିସ । ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ବଳଙ୍ଗା ଥାନା ସମ୍ମୁଖରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ୧ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହିତ ବିଭିନ୍ନ ଅଧିକାରୀ ଥାନାକୁ ଜଗି ରହିଛନ୍ତି ।
ବଳଙ୍ଗା ଘଟଣାର ଦୋଷୀଙ୍କୁ ଧରିବାକୁ ୪୮ ଘଣ୍ଟାର ମହଲତ ଦେଇଛି ବିଜୁ ଜନତା ଦଳ । ୪୮ ଘଣ୍ଟାରେ ଦୋଷୀଙ୍କୁ ନଧରିଲେ ରାସ୍ତାକୁ ଓହ୍ଲାଇବ ବିଜେଡି । ପୁରୀ-ଭୁବନେଶ୍ବର ରାସ୍ତାରୋକ ନେଇ ମଧ୍ୟ ଦଳ ଚେତାବନୀ ଦେଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେଇଥିଲେ ୩ ଦୁର୍ବୃତ୍ତ । ଜଳୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକା । ଚିକିତ୍ସା ପାଇଁ ନାବାଳିକାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।
You Can Read:
FM କଲେଜରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଛାତ୍ରୀ ଆତ୍ମାହୁତି ସ୍ଥଳରେ କରୁଛନ୍ତି ତଦନ୍ତ