ସାଲେପୁର ସଭାରେ ପାଣ୍ଡିଆନ୍‌ଙ୍କ ଉଦ୍‌ବୋଧନ, କହିଲେ- ନିର୍ବାଚନ ସମୟରେ ଚାଷୀଙ୍କ କଥା ମନେ ପଡେ...

Published By : Prameya-News7 Bureau | May 20, 2024 IST

ସାଲେପୁର ୨୦।୦୫ : ସାଲେପୁରରେ ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି । 

ସାଲେପୁର ସଭାରେ ପାଣ୍ଡିଆନ୍‌ କହିଛନ୍ତି ଯେ, ନିର୍ବାଚନ ସମୟରେ ଓଡିଶାକୁ ବିଜେପିର ବଡ଼ ବଡ଼ ନେତା ଆସୁଛନ୍ତି ।ବିଜେପି ନେତା ଆସି କୁମ୍ଭାରୀ କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ଚାଲିଥିବା ସମୟରେ ଚାଷୀଙ୍କ କଥା ମନେ ପଡୁଛି । ବାକି ୧୦ ବର୍ଷ ହେବ ଓଡିଶାର ଚାଷୀଙ୍କ କଥା ମନେ ପଡୁନଥିଲା । ପ୍ରଧାନମନ୍ତ୍ରୀ ଗାଡି ଥରେ କଟକରୁ ସମ୍ବଲପୁର ଯାଆନ୍ତୁ । ୮ ବର୍ଷ ହେବ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା କାମ ଚାଲୁଛି । ଏହି ରାସ୍ତାରେ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ଆପଣଙ୍କ ଦ୍ରୁତଗତିର କାମ ବୋଲି ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.