ସୁକିନ୍ଦା ଓ ଯାଜପୁରରେ ଭି.କେ. ପାଣ୍ଡିଆନଙ୍କ ପ୍ରଚାର, ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ’

Published By : Prameya-News7 Bureau | May 25, 2024 IST

ଯାଜପୁର ୨୫।୫: ସୁକିନ୍ଦା ଓ ଯାଜପୁରରେ ବିଜେଡି ବରିଷ୍ଠ ନେତା ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଏହି ଅବସରରେ ଆୟୋଜିତ ଜନସଭାରେ ପାଣ୍ଡିଆନ୍ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ସମୟରେ ବିରୋଧିମାନେ ଆସିବେ, ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଆପଣମାନେ ସତର୍କ ରୁହନ୍ତୁ । 

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ । ମା’ ବିରଜା ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ସୁବିଧା । 

ବିଜେପି କହୁଛି ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ, ଏମାନଙ୍କୁ ଚିହ୍ନିକି ରଖନ୍ତୁ । ସୁକିନ୍ଦା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୧.୫ କୋଟି ଟଙ୍କା ।  ଦୁଇଟା ରେଲୱେ ଓଭରବ୍ରିଜ୍‍ ଓ ରେଙ୍ଗାଲି ଲେପ୍ଟ କେନାଲ କରାଯାଇଛି ।        ୪୦ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କଲେ ପାଣ୍ଡିଆନ୍ । 

ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି, ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି । ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି । ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ, ଏଥର ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି । ନେତା ଯେମିତି, ସେନାପତି ସେମିତି । ଯଯାତିକେଶରୀ ମେଡିକାଲ କଲେଜ, ମା’ ବିରଜାଙ୍କ ମନ୍ଦିରର ରୂପାନ୍ତରଣ, ବୈତରଣୀରେ ଆଡ଼ିବନ୍ଧ ମୁଖ୍ୟମନ୍ତ୍ରୀ କରିଛନ୍ତି । ଉଭୟ ପ୍ରାର୍ଥୀଙ୍କୁ ଲକ୍ଷେ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ ପାଣ୍ଡିଆନ୍ ।

You Can Read :

ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ଭୋଟିଂ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.