ଝାରସୁଗୁଡା ୧୩।୨: ଛତିଶଗଡ ପୋଲିସ ଦ୍ବାରା ବିଜେଡି ନେତା ଅନୁପ ସାଏ ଅଟକ ଅଛନ୍ତି । ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନୁପଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।
{"id":223886,"sizeSlug":"large"}ସୂଚନାଯୋଗ୍ୟ ଯେ, ଛତିଶଗଡର ରାୟଗଡ ପୋଲିସ ଗତକାଲି ରାତିରେ ବିଜେଡି ନେତା ଅନୁପ ସାଏଙ୍କୁ ତାଙ୍କ ଘରୁ ଉଠାଇନେଇଥିବା ଜଣାପଡିଛି । ଗତକାଲି ରାତିରେ ଛତିଶଗଡ ପୋଲିସର ଏକ ଟିମ୍ ଆସି ତାଙ୍କୁ ନେଇଯାଇଥିଲା । ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖାଯାଇଥିବା ଜଣାପଡିଛି । ସେଠାରେ ତାଙ୍କୁ ପୋଲିସ ଅଟକ ରଖି ଏକ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ କେଉଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କୁ ପଚରାଉଚରା କରାଯାଉଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
{"id":223887,"sizeSlug":"large"}ଅନୁପ ସାଏ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ରହିଥିଲେ । ବର୍ତ୍ତମାନ ସେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ।