ଧଳାଜହର ବିକ୍ରିକୁ ବିରୋଧ, ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
2/06/2023 at 1:26 PM

ନୀଳଗିରି ୦୨/୦୬: ନୀଳଗିରି ଥାନା ଅଧିନ ସନ୍ତରାଗଡିଆ ଅଞ୍ଚଳରେ ଧଳାଜହର ବେପାରୀଙ୍କ ଉନ୍ମତ୍ତକାଣ୍ଡ । ବଜାରରେ ଧଳାଜହର ବିକ୍ରି କରୁଥିବାବେଳେ ବିରୋଧ କରିବାରୁ ବିଜେଡି କର୍ମୀଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ ।
ସୂଚନାଥାଉକି, ସନ୍ତରାଗଡ଼ିଆ ଅଞ୍ଚଳରେ ଦିନକୁ ଦିନ ନିଶାବେପାର ବୃଦ୍ଧି ହେବାରେ ଲାଗିଛି । ଦେଶୀ ଓ ବିଦେଶୀ ମଦ ବେଆଇନ ଭାବେ ବିକ୍ରି ହେଉଥିବା ବେଳେ ବ୍ରାଉନସୁଗାର ମଧ୍ୟ ବିକ୍ରିହେଉଥିବା ସୂଚନା ମିଳିଛି । ଯୁବକ ମାନେ ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବା ବେଳେ ସନ୍ଧ୍ୟାରେ ଘଟିଛି ଅଭାବନୀୟ ଘଟଣା ।
କୁଳିଗଡି ଅଞ୍ଚଳର ବିଜେଡି କର୍ମୀ କପିଳ ସାମଲ ନିଶା ବେପାରୀଙ୍କୁ ଧଳାଜହର ବିକ୍ରି କରୁଥିବାରୁ ବିରୋଧ କରିଥିଲେ । ବେପାରି ଜଣକ ଆଖିବୁଜା ଭୁଜାଲି ରେ ଆକ୍ରମଣ କରିଥିବା ଜଣାପଡିଛି । ତାଙ୍କ ହାତରେ ଗଭୀର କ୍ଷତ ଲାଗିଥିବା ବେଳେ ଗୁରୁତର ଭାବେ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରିବା ପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣା ସ୍ଥଳରୁ ବେପାରି ଜଣକ ବାଇକ ଛାଡି ଫେରାର ହୋଇଥିବା ବେଳେ ଈଶ୍ୱରପୁର ଫାଣ୍ଡି ଅଧିକାରୀ ଆସି ବାଇକ ଜବତ କରିଥିବା ବେଳେ ତଦନ୍ତ କରୁଥିବା ଜଣାପଡିଛି । ତେବେ ନିଶାବେପାରି ଜଣକ ସନ୍ତରାଗଡ଼ିଆ ଅଞ୍ଚଳର ଟୁଲୁ ବୋଲି କହିଥିବା ବେଳେ ଅଞ୍ଚଳରେ ଧଳା ଜହର କାରବାର ବନ୍ଦ କରିବାକୁ ଗୁରୁତର ହୋଇଥିବା ଯୁବକ କପିଳ ସାମଲ ପ୍ରଶାସନ କୁ ନିବେଦନ କରିଛନ୍ତି।