ଆଠଗଡରେ ବିଜେଡିର ମିଶ୍ରଣ ପର୍ବ, ବିଧାୟକଙ୍କ ଉପସ୍ଥିତିରେ ହେଲେ ସାମିଲ

Published By : Prameya-News7 Bureau | April 22, 2024 IST

ଆଠଗଡ ୨୨/୦୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ମିଶ୍ରଣ ପର୍ବ ସେତିକି ଅନୁଷ୍ଠିତ ହେଉଛି । ଆଠଗଡ଼ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ବିଜ୍ଞାପିତ ଅଞ୍ଚଳ ପରିଷଦର କନ୍ତୋଲ ୧୦ ଓ ୧୧ ନମ୍ବର ୱର୍ଡ଼ର କଂଗେସ କାଉନସିଲର ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନଙ୍କ ସହିତ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । 

ସେହିପରି ସେହି ୱାର୍ଡର ବିଜେପି ଛାଡି ୧୫ରୁ ଉର୍ଦ୍ଧ୍ୱ ସମର୍ଥକ ଓ ତାଙ୍କ ସହଯୋଗୀ ମାନେ ଏକତ୍ରିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ରାଜା ସ୍ୱାଇଁଙ୍କ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି ଆଠଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.