ଆଜି ଭୁବନେଶ୍ବରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Published By : Prameya-News7 Bureau | October 30, 2019 IST

ଭୁବନେଶ୍ବର ୩୦।୧୦:  ଆଜି ଭୁବନେଶ୍ବରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ । ସକାଳ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ।

ଭୁବନେଶ୍ବର ମଧ୍ୟ ୩୪ ନମ୍ବର ୱାର୍ଡ ତୋଶାଳି ପ୍ଲାଜା ପଡିଆରେ ଏହି ପଦଯାତ୍ରା ଆୟୋଜନ ହୋଇଛି । ଏଥିରେ ବିଧାୟକ, କର୍ପୋରେଟର ଏବଂ ଦଳୀୟ ପଦାଧିକାରୀ ଯୋଗ ଦେବେ । ଏହା ସହ ଦଳର ପ୍ରାୟ ୮ ହଜାର କର୍ମକର୍ତ୍ତା ସାମିଲ ହେବେ ।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ବିଭିନ୍ନ ଲୋକାଭିମୁଖୀ ସରକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ଦଳୀୟ ସାଂଗଠାନିକ ସ୍ଥିତି ମଜୁବୁତ କରିବା ପାଇଁ ବିଜେଡି ପକ୍ଷରୁ ଏହି ପଦଯାତ୍ରା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.