ମନ୍ତ୍ରୀପରିଷଦ ବୈଠକରେ ସରକାର ଦେଇଥିବା ସଫଳତାର ଚିତ୍ର : ଧର୍ମେନ୍ଦ୍ର କହିଲେ ମିଛୁଆ ରାଧୁଆ

Published By : Prameya-News7 Bureau | March 06, 2019 IST

ଭୁବନେଶ୍ବର ୬|୩ : ମଙ୍ଗଳବାର ମନ୍ତ୍ରୀପରିଷଦ ବୈଠକରେ ସରକାର ଯେଉଁସବୁ ଦାବି କରିଥିଲେ ତାକୁ ଆଜି କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ରାଜ୍ୟରେ ଚାଲିଥିବା ମିଛୁଆ ରାଧୁଆ ସରକାର କହୁଛନ୍ତି ୨୦୧୪ର ସବୁ ପ୍ରତିଶ୍ରୁତି ପୂରା କରିଛନ୍ତି । ଏହା ଡାହା ମିଛ ଛଡା କିଛି ନୁହେଁ । ରାଜ୍ୟ ସରକାର ଯେଉଁ ୨୦ ଲକ୍ଷ ପରିବାରକୁ ପକ୍କା ଘର ଦେଇଥିବା ଦାବି କରୁଛନ୍ତି  ସେଥିରୁ ୧୭ ଲକ୍ଷ  କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତ ପରେ ବି ଆହୁରି ୩୦ ଲକ୍ଷ ପରିବାରଙ୍କ ପକ୍କା ଘର ନାହିଁ ।

ଜାଗା ମିଶନ କଥା ଜୋରଦାର ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ହେଲେ ବାସ୍ତବତା ହେଉଛି ଏବେବି ୨୦ ଲକ୍ଷ ଲୋକଙ୍କ ସ୍ଥାୟୀ ପଟ୍ଟା ନାହିଁ । ଥ୍ରୀ-ଟିରେ ବିଶ୍ବାସ କରୁଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଏଯାଏ କାଳିଆ ଯୋଜନା ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇନାହିଁ । ଏହାର ଅର୍ଥ, କାଳିଆ ଯୋଜନା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉନାହିଁ । ଜଣେଜଣେ ହିତାଧିକାରୀଙ୍କ ନାଁ ତାଲିକାରେ ବାରମ୍ବାର ଥିବାରୁ ତାଲିକାକୁ ୱେବସାଇଟ୍‌ରୁ ଡିଲିଟ୍ କରାଯାଇଛି ।

ସେହିଭଳି ସରକାର କାହିଁକି ପିଏମ୍‌ କିଶାନ ଲିଷ୍ଟ କେନ୍ଦ୍ରକୁ ପଠାଉ ନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ହେଲେ ଓଡିଶାର କୃଷକ ଉଭୟ ରାଜ୍ୟ ତଥା କେନ୍ଦ୍ରଠାରୁ ମଧ୍ୟ ଲାଭ ପାଇପାରନ୍ତେ । ନବୀନ ସରକାର ଓଡିଶାବାସୀଙ୍କ ମୁଣ୍ଡ ଉପରେ ଲକ୍ଷେ କୋଟି ଟଙ୍କା ଋଣ କରିସାରିଲେଣି ।

 ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟାର ଜବାବ ରଖିଛି ବିଜେଡି । କହିଛି, ମିଛ କହିବା ଧର୍ମେନ୍ଦ୍ରଙ୍କ ଅଭ୍ୟାସରେ ପରିଣତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.