ଏକକ ନିର୍ବାଚନ ସପକ୍ଷରେ ବୋଲି ବିଜେଡି ସରକାର ଜଣାଇଲେ ମୁଖ୍ୟ ନିର୍ବାଚନ କମିଶନଙ୍କୁ, ଆଗୁଆ ନିର୍ବାଚନ ନେଇ ପୁଣି ଚର୍ଚ୍ଚା

Published By : Prameya-News7 Bureau | September 05, 2018 IST

ନୂଆଦିଲ୍ଲୀ ୫|୯: ଏକକ ନିର୍ବାଚନ ପାଇଁ ଓଡିଶା ପ୍ରସ୍ତୁତ ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲ ଜଣାଇଛନ୍ତି ।  ଯଦି କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ଆଗୁଆ କରନ୍ତି, ତେବେ ନିର୍ବାଚନ ଓଡିଶା ପ୍ରସ୍ତୁତ ବୋଲି ମୁଖ୍ୟ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ସେ ।ଏହାସହ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ମାସକ ଭିତରେ ଫଇସଲା କରିବାକୁ ମଧ୍ୟ ଜଣାଇଛନ୍ତି । ନିର୍ବାଚନ କମିଶନ ମଧ୍ୟ ଯେତେଶୀଘ୍ର ଏ ମାମଲାର ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।ଶ୍ରୀ ମିଶ୍ର ଆଜି ମୁଖ୍ୟନିର୍ବାଚନ କମିଶନଙ୍କୁ ଭେଟିବା ପରେ ଆଗୁଆ ନିର୍ବାଚନ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.