ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ, ଗ୍ରାଉଣ୍ଡ ଜିରୋରେ ସରକାରଙ୍କ ସଫଳତା ବାର୍ତ୍ତା ପହଞ୍ଚାବାକୁ ଟିପ୍ସ ଦେବେ ସୁପ୍ରିମୋ

Published By : Prameya-News7 Bureau | December 26, 2020 IST

ଭୁବନେଶ୍ୱର ୨୬।୧୨ : ୨୪ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ବିଜେଡିର ଆଜି ବିଜେଡିର ପ୍ରତିଷ୍ଠା ଦିବସ। କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ ।

ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ତୃମମୂଲ ସ୍ତରରେ ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯିବ ।

ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରାଯିବ । ସେହିପିରି ପ୍ରତିଷ୍ଠା ଦିବସ ଅବସରରେ ସଭ୍ୟ ସଂଗ୍ରହ ଉପରେ ଜୋର ଦିଆଯିବ। ସମଗ୍ର ରାଜ୍ୟରେ ଦଳର ଦବଦବାକୁ ବଢାଇବା ଓ ଏହାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.