ସାଲେପୁର ୦୯/୦୧: କଟକ ଜିଲ୍ଲା ସାଲେପୁର ନିର୍ଵାଚନ ମଣ୍ଡଳୀର ହାଇସ୍କୁଲ ପଡ଼ିଆରେ ଵିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଵିରାଟ ସତାଵେଶ ଆୟୋଜନ ହୋଇଯାଇଛି ।
ଏହି ସମାଵେଶରେ ସ୍ଥାନୀୟ ଵିଧାୟକ ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ମନ୍ତ୍ରୀ ଉଷା ଦେଵୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା, କଟକ ଜିଲ୍ଲା ଵିଜେଡି ସଭାପତି ଦେଵାଶିଷ ସାମନ୍ତରାୟ, ନରସିଂହପୁର ବିଧାୟକ ଦେବୀ ମିଶ୍ର, ବାଙ୍କୀର ପୂର୍ବତନ ଵିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସାଲେପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ଅତିଥିମାନେ ବିଜେଡି ସରକାରର ସଫଳତା ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାଯ୍ୟ ଉପରେ କହିଥିଲା ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।