ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ, ଦଳକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ

Published By : Prameya-News7 Bureau | January 09, 2023 IST

ପାଟଣା ୦୯।୦୧ : ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ । କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ବଡ଼ବିଲ ହାଇସ୍କୁଲ ପଡିଆଠାରେ ବିଜେଡିର ସିଲଭର ଜୁବ୍‌ଲି ପାଳିତ ହୋଇଯାଇଛି । ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ଦଳ ସୁପ୍ରିମୋ ନବୀନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ ।

{"id":731027,"sizeSlug":"full","linkDestination":"none"}

ସେହିପରି ଏହି କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା, ଚମ୍ପୁଆ, ଝୁମ୍ପୁରା, ସାହାରପଡ଼ା ବ୍ଲକର ୫୬ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସମେତ ଜିଲ୍ଲାସ୍ତରୀୟ ବିଜେଡି ନେତା ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ନିର୍ମଳ ଭାବ ମୂର୍ତ୍ତି ଯୋଗୁ ପାଟଣା ନିର୍ବାଚନମଣ୍ଡଳୀ ଏବେ ବିଜେଡିଗଡ଼ର ପରିଣତ ହୋଇଛି । ଏହାସହ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି ।

{"id":731028,"sizeSlug":"full","linkDestination":"none"}

ବିଜେଡି ସାରା ରାଜ୍ୟରେ ଲୋକଙ୍କ ପାଇଁ କାର୍ଯ୍ୟ କରି ସଦା ସର୍ବଦା ଲୋକଙ୍କ ମନରେ ରହିଥିବା ପାଟଣା ବିଧାୟକ ଜଗନ୍ନାଥ ନାଏକ ତାଙ୍କ ଉଦବୋଧନରେ ମତ ରଖିଛନ୍ତି ।  ଆଗାମୀ ନିର୍ବାଚନରେ ପୂର୍ବ ଭଳି ବିଜୁ ଜନତା ଦଳକୁ ଭଲପାଇବା ଦେଇ ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ଜନ ସାଧାରଣ ଓ କର୍ମୀ ଙ୍କୁ ଉଦବୋଧନ ଦେଇ କହିଥିଲେ ବିଧାୟକ l ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ସହ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.