ବିଜେପି ବିରୋଧରେ ଖାରବେଳ ନଗର ପୋଲିସ ଥାନାରେ ମାମଲା ଦାୟର କଲା ବିଜେଡ଼ି

Published By : Prameya-News7 Bureau | April 08, 2019 IST

ଭୁବନେଶ୍ବର ୮/୪: ବିଜେପି ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ତେବେ ଏହି ଇସ୍ତାହାର ପତ୍ରରେ ଓଡ଼ିଶାକୁ ପ୍ରତାରଣା କରାଯାଇଛି ବୋଲି ଦର୍ଶାଇ ବିଜେଡ଼ି ପକ୍ଷରୁ ବିଜେପି ବିରୋଧରେ ଭୁବନେଶ୍ବର ଖାରବେଳ ନଗର ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୋଗରେ କୁହାଯାଇଛି ଯେ ୨୦୧୪ମସିହାରେ ବିଜେପି ଯେଉଁ ଇସ୍ତାହାର ଘୋଷଣା କରିଥିଲା ସେଥିରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା ଦିଆଯିବ ବୋଲି ଉଲ୍ଲେଖ ଥିଲା।

ଏହି ଇସ୍ତାହାର ପତ୍ର ଆଧାରରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲେ। କିନ୍ତୁ ୫ବର୍ଷ କ୍ଷମତାରେ ରହିବାପରେ ମଧ୍ୟ କେନ୍ଦ୍ରର ବିଜେପି ସରକାର ଇସ୍ତାହାର ଥିବା ଏହି ପ୍ରତିଶୃତି ପାଳନ କରିପାରିନଥିଲେ। ଅପରପକ୍ଷରେ ୨୦୧୯ନିର୍ବାଚନ ପାଇଁ ବିଜେପି ପ୍ରକାଶ କରିଥିବା ଇସ୍ତାହାରରୁ ଓଡ଼ିଶା ପାଇଁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରତିଶୃତିକୁ ଦୋହରା ଯାଇନାହିଁ। ଏହା ସାଢ଼େ ଚାରି କୋଟି ଚରମ ପ୍ରତାରଣା ବୋଲି ବିଜେଡ଼ି ଅଭିଯୋଗ କରିଛି। ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର,ସୁଲତା ଦେଓ ଏବଂ ଲେନିନ ମହାନ୍ତି ପ୍ରମୁଖ ମାମଲା ଦାୟର କରିବା ପାଇଁ ଖାରବେଳ ନଗର ଥାନାକୁ ଯାଇଥିଲେ।

{"id":101453,"width":592,"height":817}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.