ଆଞ୍ଚଳିକ ରାଜନୈତିକ ଦଳ ଭାବେ ବିଜେଡିକୁ ଅଧିକ ପସନ୍ଦ ଓ ଅଧିକ ଭରସା, ମିଳିଛି ୨୮.୨ କୋଟି ଟଙ୍କା ଚାନ୍ଦା

Published By : Prameya-News7 Bureau | January 08, 2021 IST

ଭୁବନେଶ୍ୱର ୦୮।୦୧ : କରୋନା କାଳରେ ବିଜେଡିକୁ ମିଳିଛି ୨୮ କୋଟିରୁ ଅଧିକ ଟଙ୍କାର ରାଜନୈତିକି ଚାନ୍ଦା । ୨୦୧୯-୨୦ ଆର୍ଥିକ ବର୍ଷରେ ବିଜୁ ଜନତା ଦଳକୁ ମିଳିଛି ୨୮.୨ କୋଟି ଟଙ୍କାର ଚାନ୍ଦା । ରାଜନୈତିକ ପାଣ୍ଠି ଆୟରେ ଦେଶରେ ତୃତୀୟ ଆଞ୍ଚଳିକ ଦଳ ବିଜେଡି । ସେହିପରି ପ୍ରଥମରେ ଏଆଇଏଡିଏମ୍‌କେ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଡିଏମ୍‌କେ ।

୨୦୧୯-୨୦ ଆର୍ଥିକ ବର୍ଷରେ ଶାସକ ବିଜେଡିକୁ ମିଳିଛି ୨୮.୨ କୋଟିର ରାଜନୈତିକ ଚାନ୍ଦା। ତେବେ ଏହି ଚାନ୍ଦାରୁ ଟାଟା ଗ୍ରୁପର ପ୍ରୋଗ୍ରେସିଭ୍‌ ଇଲେକ୍‌ଟୋରାଲ ଟ୍ରଷ୍ଟ (ପିଇଟି) ୮୬ ପ୍ରତିଶତ ଦେଇଥିବା ବେଳେ ଆଇଟିସି ୧୪ ପ୍ରତିଶତ ଦେଇଛି । ୨୦୧୮-୧୯ରେ ବିଜେଡି ୨୯ କୋଟି ଚାନ୍ଦା ପାଇଥିଲା । ଏହି ଚାନ୍ଦାକୁ ୩୭ ଜଣ ଏହି ଦେଇଥିଲେ । ମାତ୍ର ୨୦୧୯-୨୦ରେ ମାତ୍ର ଦୁଇଟି ସଂସ୍ଥା ପ୍ରାୟ ସମସ୍ତ ଚାନ୍ଦା ଦେଇଛନ୍ତି। ୨୦ ହଜାର ଟଙ୍କାରୁ କମ୍‌ ଚାନ୍ଦା ଦାତାଙ୍କ ସଂପର୍କରେ ଦଳ ସ୍ପଷ୍ଟ ଭାବେ କିଛି ଅବଗତ କରିନାହିଁ ।

ଭାରତ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ଦୁଇଟି ଜାତୀୟ ଦଳ ଏନ୍‌ସିପି ଓ ବିଏସ୍‌ପି ସହ ୧୦ଟି ଆଞ୍ଚଳିକ ଦଳ ଡିସେମ୍ବର ସୁଦ୍ଧା ବାର୍ଷିକ ରିଟର୍ଣ୍ଣ ଦାଖଲ କରିଛନ୍ତି । ଏଆଇଏଡିଏମକେ ସର୍ବାଧିକ ୫୨ କୋଟି ପାଇଥିଲା ବେଳେ ଡିଏମ୍‌କେ ୪୫ କୋଟି ପାଇଛି । ସେହିପରି ବିଜେଡି ୨୮.୨  କୋଟି ଟଙ୍କାର ରାଜନୈତିକି ଚାନ୍ଦା ପାଇଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସ ୮.୯ କୋଟି, ଟିଡିପି ୨.୬, ଜନତା ଦଳ(ୟୁ) ୬.୦୮ କୋଟିର ଚାନ୍ଦା ପାଇଛି । ପିଇଟି ଜାତୀୟସ୍ତରରେ ବିଜେପିକୁ ସର୍ବାଧିକ ଚାନ୍ଦା ଦେଇଥିଲା ବେଳେ ବିଜେଡିକୁ ୨୦୧୪ରୁ ମଧ୍ୟ ଚାନ୍ଦା ଦେଇ ଆସୁଛି । ଲୋକସଭାରେ ଦଳର ସାଂସଦ ସଂଖ୍ୟା ଆକଳନ କରି ପିଇଟି ଚାନ୍ଦା ଦେଇଥାଏ । ମାତ୍ର ବିଜେଡି ଓଡ଼ିଶାରେ କ୍ରମାଗତ ଶାସନ କ୍ଷମତାରେ ଥିବାରୁ ବିପୁଳ ଚାନ୍ଦା ପିଇଟି ଠାରୁ ବିପୁଳ ଚାନ୍ଦା ପାଇବାକୁ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.