ଭଦ୍ରକ ଜିଲ୍ଲାରେ ଏଥର ବି ବିଜେଡି ଏକ ନମ୍ବର : କିନ୍ତୁ କମିଛି ପତିଆରା, କାହାକୁ ବି ମିଳିଲାନି ମନ୍ତ୍ରୀପଦ
29/05/2019 at 1:16 PM

ଭଦ୍ରକ ୨୯|୫: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭଦ୍ରକ ଜିଲ୍ଲାରୁ କାହାକୁ ବି ସ୍ଥାନ ମିଳିନି । ବରଂ ଗତ ଥର ମନ୍ତ୍ରୀ ଥିବା ପ୍ରଫୁଲ୍ଲ ସାମଲ ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କୁ ନବୀନ ମନ୍ତ୍ରୀମଣ୍ଡଳକୁ ଫେରାଇ ନହାନ୍ତି ।

ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢିନଥିଲେ ମଧ୍ୟ ପୁଅ ବିଷ୍ଣୁବ୍ରତ ରାଉତ ରାୟ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଯେହେତୁ ସେ ପି୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେ ମନ୍ତ୍ରୀ ହେବାର ସମ୍ଭାବନା ନଥିଲା । କିନ୍ତୁ ସମସ୍ତେ ଆଶା କରୁଥିଲେ ଦ୍ବିତୀୟ ଥର ପାଇଁ ବିଧାନସବାକୁ ନିର୍ବାଚିତ ହୋଇଥିବା ଚାନ୍ଦବାଲି ବିଧାୟକଙ୍କୁ ମନ୍ତ୍କୀ ପଦ ମିଳିପାରେ ବୋଲି । କିନ୍ତୁ ତାହା ମଧ୍ୟ ଗେଲା ନାହିଁ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାରେ ବିଜେଡି ଏଥର ବି ବାଜିମାତ କରିଛି । ତେବେ ୨୦୧୪ ନିର୍ବ।ଚନ ଭଳି ଦଳ ସେମିତି ପ୍ରଦର୍ଶନ କରି ନାହିଁ । ଜିଲ୍ଲାର ୫ଟି ବିଧାନସଭା ନିର୍ବ।ଚନ ମଣ୍ଡଳୀରୁ ଧାମନଗର ବିଧାନସଭା କ୍ଷେତ୍ରଟି ଦଳ ହାତରୁ ଚାଲିଯାଇଛି । ସେହିପରି ବିଜେଡିର ସାଂସଦ ପ୍ରାର୍ଥୀ ଜିତି ଥିଲେ ବି ବିଜୟ ବ୍ୟବଧାନ ବହୁତ କମିଛି ।

ଭଦ୍ରକ ଜିଲ୍ଲାରେ ଏଥର ବି ବିଜେଡି ଏକ ନମ୍ବର, କିନ୍ତୁ କମିଛି ପତିଆରା । ସାଂସଦ ଆସନ ସହ ଜିଲ୍ଲାର ୫ଟି ବିଧାନସଭା ଆସନରୁ ଦଳ ୪ ଟି ଆସନରେ ବିଜୟୀ ହୋଇଛି । କିନ୍ତୁ ୨୦୧୪ ନିର୍ବ।ଚନ ତୁଳନାରେ ଦଳର ସଂଖ୍ୟା ତ କମିଛି , ବିଜୟ ଭୋଟ ବ୍ୟବଧାନ ବି ଖସିଛି । ୨୦୧୪ ରେ ରେ ବିଜେଡି ପାଂଚରୁ ପାଂଚ ବିଧାୟକ ଏବଂ ଏମପି ଆସନ ଜିତିଥିଲା ଓ ବିଜୟ ବ୍ୟବଧାନ ବି ଅଧିକ ରହିଥିଲା ।

ଏଥର ବାସୁଦେବପୁର , ଭଦ୍ରକ ଓ ଧାମନଗର ବିଧାନସଭା ଆସନ ସହ ସାଂସଦ ପ୍ରାର୍ଥୀ ମଧ୍ୟ ପରିବର୍ତ୍ତନ କରିଥିଲା ବିଜେଡି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପୁଣି ପ୍ରାର୍ଥୀ ହୋଇଥିଲେ । ୨୦୧୪ ରେ ଏହି ଦୁଇ ଆସନରେ ବିଜୟ ବ୍ୟବଧାନ ୨୫ ହଜାରରୁ ଅଧିକ ଥିବା ବେଳେ ଏଥର ତାହା ୮ ହଜାରକୁ ଖସି ଆସିଛି ।

ଭଦ୍ରକରେ ବିଜେଡିର ଭୋଟ୍ ବ୍ୟବଧାନ ସିନା କମିଛି , କିନ୍ତୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମି ନାହିଁ । ଏକଥା ସାଧାରଣ ଜନତଙ୍କ କଥା । ଭଦ୍ରକ ଲୋକସଭା ଆସନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ସଫଳ ହୋଇଛି ଦଳ । ବିଜେଡିର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ ଓ ୮ ଥରର ସାଂସଦ ଅର୍ଜୁନ ସେଠୀଙ୍କ ପୁଅଙ୍କୁ ଦଳ ଟିକେଟ ନ ଦେଇ ଦଳ ରିସ୍କ ନେଇଥିଲା । କିନ୍ତୁ ବାଜି ମାରିଲା ।

ଦିନ କେଇଟା ପରେ ପୌର ନିର୍ବ।ଚନ ଅନୁଷ୍ଠିତ ହେବ । ପୁଣି ଦଳ ଆଉ ଏକ ଲଢେଇର ସାମ୍ନା କରିବ । ତେବେ ପାର୍ଟିର ତ ଲୋକପ୍ରିୟତା ରହିଛି , ଆଉ ସେମିତି ପ୍ରାର୍ଥୀକୁ ଦଳ ଟିକେଟ ଦେବ, ଯିଏ ଜିତିବେ । ଏକଥା ବିଜେଡି ଏହି ନିର୍ବ।ଚନରେ ବୁଝିଛି ନିଶ୍ଚୟ ।