ବିଜେଡି ଘୋଷଣା କଲା ୩୭ଜଣିଆ ନିର୍ବାଚନ ଇସ୍ତାହାର କମିଟି, ବେଦପ୍ରକାଶ ଅଗ୍ରଓ୍ବାଲ ଅଧ୍ୟକ୍ଷ

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର ୧୪|୩ : ବିଜେଡି ଆଜି ଇସ୍ତହାର କମିଟି ଘୋଷଣା କରିଛି । ଦଳ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତା ୩୭ଜଣିଆ କମିଟି ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହି କମିଟିରେ ସଦ୍ୟ ବିଜେଡିରେ ଯୋଗଦେଇଥିବା ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ନୟାଗଡ ବିଧାୟକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ରମେଶ ମାଝୀ, ପ୍ରସନ୍ନ ଆଚାର୍ଯ୍ୟ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର, ସୁବାସ ସିଂ, ରବି ନନ୍ଦ ପ୍ରମୁଖ ସାମିଲ ଅଛନ୍ତି ।

{"id":93427}

ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନ ପାଇଁ ଇସ୍ତାହାର ଏଥର ଅନ୍ୟ ଦଳ ଢାଞ୍ଚାରେ ବିଜେଡି ମଧ୍ୟ ସାଧାରଣା ଲୋକଙ୍କ ମତାମତ ଲୋଡିଛି । ଘରେ ଘରେ ଶଙ୍ଖ କାର୍ଯ୍ୟାକ୍ରମ ଜରିଆରେ ଦଳର ମହିଳା କର୍ମୀମାନେ ଘର ଘର ବୁଲି ଇସ୍ତାହାର ପାଇଁ ଲୋକଙ୍କ ମତାମତ ସଂଗ୍ରହ କରିଛନ୍ତି । ସେହି ଆଧାରରେ ଏଥର ନିର୍ବାଚନ ଇସ୍ତହାର ପ୍ରସ୍ତୁତ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସେମାନଙ୍କ ଇସ୍ତାହାର ପ୍ରକାଶ କରିନାହାନ୍ତି । ତେବେ ପୂର୍ବରୁ ପ୍ରଦେଶ କଂଗ୍ରେସ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ୧୦ଜଣିଆ ଇସ୍ତାହାର କମିଟି ଗଠନ କରିସାରିଛି । ସେହିଭଳି ବିଜେପି ୧୦ଦଫା ସମ୍ବଳିତ ସଂକଳ୍ପ ପତ୍ର ମଧ୍ୟ ପ୍ରକାଶ କରିଛି । ତେବେ ଆଶା କରାଯାଉଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଅବ୍ୟବହିତ ପୂର୍ବରୁ ସବୁ ରାଜନୈତିକ ଦଳ ସେମାନଙ୍କ ପୂର୍ଣ୍ଣାଙ୍ଗ ଇସ୍ତାହାର ପ୍ରକାଶ କରିବେ । ଚାଷୀ ପ୍ରସଙ୍ଗକୁ ଇସ୍ତାହାରରେ ପ୍ରାଥମିକତା ଦିଆଯିବ ବୋଲି ସବୁ ରାଜନୈତିକ ଦଳ ପୂର୍ବରୁ ହିଁ ସୂଚନା ଦେଇସାରିଛନ୍ତି । ଏଥି ସହିତ ମହିଳା ଓ ଯୁବକମାନଙ୍କୁ  ଇସ୍ତାହାରରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.