୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
31/03/2019 at 7:16 PM

ଭୁବନେଶ୍ଵର ୩୧/୩-ବିଜେଡ଼ି ଘୋଷଣା କଲା ୯ ବିଧାନସଭା ପ୍ରାର୍ଥୀ । ବାକିଥିବା ୨୯ଟି ବିଧାନସଭା ଆସନ ମଧ୍ୟରୁ ବିଜେଡ଼ି ୯ଟି ବିଧାନସଭା ପାଇଁ ଘୋଷଣା କରିଛି । ପିପିଲିରୁ ପ୍ରଦୀପ ମହାରଥୀଙ୍କୁ ଦଳ ରିପିଟ କରିଥିବାବେଳେ ଜଗତସିଂପୁରରୁ ପ୍ରଶାନ୍ତ ମୁଦୁଲି , ନିଆଳୀରୁ ପ୍ରମୋଦ ମଲ୍ଲିକ ଓ ନିମାପଡ଼ାରୁ ସମୀର ଦାଶଙ୍କୁ ଟିକେଟ ଦେଇଛି । ଅପରପକ୍ଷରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ରଘୁନନ୍ଦନ ଦାଶକୁ ଏରସମାରୁ ଦଳ ପ୍ରାର୍ଥୀ କରିଛି । ବିଜେପିରେ ଯୋଗଦେଇଥିବା ଡ଼ା.ଦାମୋଦର ରାଉତଙ୍କ ସହ ସେଠାରେ ରଘୁନନ୍ଦନଙ୍କ ଟକ୍କର ହେବ । ଅନ୍ୟମାନଙ୍କ ମଧ୍ୟରେ କାକଟପୁରରୁ ସୁରେନ୍ଦ୍ର ସେଠୀ,ନୀଳଗିରିରୁ ସନ୍ତୋଷ ଖଟୁଆଙ୍କୁ ଟିକେଟ ମିଳିଛି । ଦୁଇଦିନ ତଳର ବିଜେପ ଟିକେଟ ପାଇ ମଧ୍ୟ ବିଜେଡ଼ିରେ ଯୋଗଦେଇଥିବା ଭାଗୀରଥୀ ସେଠୀଙ୍କୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଛି । ଧାମନଗର ପାଇଁ ରାଜେନ୍ଦ୍ର ଦାସଙ୍କୁ ଦିଆଯାଇଛି ।
