ଭୁବନେଶ୍ବର ୨|୪ : ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବାକି ରହିଯାଇଥିବା ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡ଼ି । କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ଚନ୍ଦ୍ରାଣୀ ମୁର୍ମୁ ଗତକାଲି ବିଜେଡିରେ ଯୋଗଦେଇଥିଲେ । ମହେଶ ସାହୁ ପାଲଲହଡା ବିଧାୟକ ଥିଲେ ।
ସେହିଭଳି ବିଧାନସଭା ଆସନ ପାଇଁ ମଧ୍ୟ ନବୀନ ପ୍ରାର୍ଥୀ ତଲିକା ଘୋଷଣା କରିଛନ୍ତି । ଭୁବନେଶ୍ବର ମଧ୍ୟରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଖଣ୍ଡପଡାରୁ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, କୋରେଇରୁ ଅଶୋକ ବଳ, ଭୁବନେଶ୍ବର ଉତ୍ତରରୁ ସୁଶାନ୍ତ ରାଉତ, ଆଠମଲ୍ଲିକରୁ ରମେଶ ସାଏ, ପାଲଲହଡାରୁ ମକେଶ ପାଲ୍ଙ୍କୁ ପ୍ରାର୍ଥୀ କରାଯାଇଛି ।
{"id":99421,"align":"center","width":457,"height":423}