ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସିଧେଶ୍ୱରୀ ନାୟକ ବିଜୟୀ
13/01/2023 at 7:26 PM

ଫୁଲବାଣୀ 13/01: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନଏସି ଅନ୍ତର୍ଗତ ୬ନମ୍ବର ୱାର୍ଡ କାଉନସିଲର ପଦବୀ ପାଇଁ ଗୁରୁବାର ଉପନିର୍ବାଚନ ହୋଇଥିଲା। ଏଥିରେ ଶାସକ ବିଜେଡ଼ି ଦଳ ପ୍ରାର୍ଥିନୀ ସିଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି।
ସିଧେଶ୍ୱରୀ ମୋଟ୍ ୬୫ଟି ଭୋଟ୍ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଖାଲ ନାୟକ ୫୩ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥିନୀ ସୁଜାତା ନାୟକଙ୍କୁ ମାତ୍ର ଖଣ୍ଡିଏ ଭୋଟ୍ ମିଳିଥିବାବେଳେ କଂଗ୍ରେସ ପାର୍ଥୀ କୁଞ୍ଜ ବିହାରୀ ନାୟକ ଚଉଦଟି ଭୋଟ୍ ପାଇଥିବା ଜଣାପଡ଼ିଛି ।
ଏହି ୱାର୍ଡରେ ମୋଟ୍ ୧୯୮ ଭୋଟର ଥିବା ବେଳେ ୧୩୩ଜଣ ମତଦାନ ସାବ୍ୟସ୍ତ କରିଥିଲେ। ସୂଚନାନୁସାରେ, ବରିଷ୍ଠ ବିଜେଡ଼ି ନେତା ବୁଲିଆନ ନାୟକଙ୍କ ଅକାଳ ମୃତ୍ୟୁ ହେବା ଫଳରେ ଉପନିର୍ବାଚନ ହୋଇଥିଲା।
ଶୀଧେସ୍ୱରୀ ବିଜୟୀ ହେବାପରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରିୟ। ମିଶ୍ର, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।