ଝାରସୁଗୁଡା ଉପନିର୍ବାଚନ : ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ
18/04/2023 at 2:49 PM

ଝାରସୁଗୁଡା ୧୮।୪: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାମାଙ୍କନ ଦାଖଲ ସମୟରେ ଦୀପାଳିଙ୍କ ସାଙ୍ଗରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ମନମୋହନ ସ୍କୁଲ ପଡିଆରୁ ବିଶାଳ ଶୋଭାଯାତ୍ରା କରି ବିଜେଡି ଶକ୍ତି ପ୍ରଦର୍ଶନ କରିଥିଲା । ପାଟପଟୁଆରରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ସରବାହାଲ ସ୍ଥିତ ବାସଭବନରୁ ବାହାରି ସୁନାରୀମୁଣ୍ଡା ସ୍ଥିତ ଇଷ୍ଟଦେବୀ ମା’ ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଦୀପାଳି ଦାସ ।
ବରିଷ୍ଠ ବଜେଡ଼ି ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ଦୀପାଳି । ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାଏକ ଉପସ୍ଥିତ ରହିଥିଲେ । ଏଥିସହିତ ବିଧାୟକ ପ୍ରତାପ ଜେନା, ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ । ନାମାଙ୍କନ ପୂର୍ବରୁ ଦୀପାଳି ଦାସ କହିଥିଲେ, ମା’ ପାଟଣେଶ୍ବରୀଙ୍କ ଠାରୁ ସାହସ ମାଗିଛି । ଝାରସୁଗୁଡ଼ାର ବିକାଶ କରିବି, ମୁଖ୍ୟମନ୍ତ୍ରୀଙ୍କ କଥା ରଖିବି । ବାପାଙ୍କ ଆଦର୍ଶରେ ଝାରସୁଗୁଡ଼ାର ବିକାଶ କରିବି । ମହିଳାଙ୍କ ବିକାଶ ଦିଗରେ କାମ କରିବି ।