୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ ନେଇ ବ୍ଲୁ ପ୍ରିଣ୍ଟ କରିଛି ବିଜେଡି : ପ୍ରମିଳା ମଲ୍ଲିକ

Published By : Prameya-News7 Bureau | December 29, 2021 IST

ଭୁବନେଶ୍ବର ୨୯।୧୨: ଆଗାମୀ ଦିନରେ ୮୦ ପ୍ରତିଶତ ମହିଳାଙ୍କୁ ଦଳରେ ସାମିଲ ନେଇ ବ୍ଲୁ ପ୍ରିଣ୍ଟ କରିଛି ବିଜେଡି। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଭୁବନେଶ୍ବରର ପ୍ରତି ୱାର୍ଡରେ ହେବ ୨୫ଟି କମିଟି । ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜୁ ମହିଳା କାର୍ଯ୍ୟକାରିଣୀ ବୈଠକରେ କର୍ମୀଙ୍କୁ ଟାର୍ଗେଟ୍ ଦେଇଛି ବିଜେଡି । ଆଗାମୀ ପୌର ନିର୍ବାଚନରେ ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ଆଗଧାଡ଼ିର ନେତା । ଏହାସହ ଦଳକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ କରିବାକୁ କାର୍ଯ୍ୟକାରିଣୀରେ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.