LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କୋଟିଆ ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ : ଅରୁଣ ସାହୁ କହିଲେ- ବିରୋଧୀ ଡ୍ରାମା କରୁଛନ୍ତି

31/03/2023 at 12:38 PM

ଭୁବନେଶ୍ବର ୩୧।୩: ଶୂନ୍ୟକାଳରେ ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ, କୋଟିଆ ଗ୍ରାମପୁଞ୍ଜ ଏବଂ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି । ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେ କୁଆଡେ ଗଲା ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା । ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କ’ଣ ପଦକ୍ଷେପ ନେଉଛନ୍ତି ।

ବିରୋଧୀ ଦଳ ନେତା ପ୍ରସଙ୍ଗ ଉଠାଇବା ପରେ ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି । ଗୃହରେ ପଲିଟିକ୍ସ କରୁଛନ୍ତି । ତାଙ୍କର ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି ୮ ଜଣ ସାଂସଦ ବି ଅଛନ୍ତି । କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏକଥା କେତେ ଥର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର ବୋଲି ଅରୁଣ ସାହୁ କହିଛନ୍ତି ।

   Related Posts