କଂଗ୍ରେସରେ ଯୋଗ ଦେଲେ ବିଜେପି ଓ ବିଜେଡି ନେତାଙ୍କ ସହ ଅଭିନେତା

Published By : Prameya-News7 Bureau | February 26, 2019 IST

କଟକ୨୬|୨: ନିର୍ବାଚନ ପୂର୍ବରୁ କଟକରେ ସ୍ଥିତି ଜାହିର କରିଛି କଂଗ୍ରେସ। ମିଶ୍ରଣ ପର୍ବ କରି ବିଜେଡି ଓ ବିଜେପିର କିଛି ଛାମୁଆ ନେତାଙ୍କୁ ନିଜପଟକୁ ନେଇଛି ଦଳ। ଯାହାକୁ ନେଇ କର୍ମୀଙ୍କ ମହଲରେ ଏବେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

{"id":88944}

ନିର୍ବାଚନ ପୂର୍ବରୁ ଉଠିଲା ହାତ। ସୁପ୍ତ କଂଗ୍ରେସ ଏବେ ଜାଗ୍ରତ ଦଳ। କଟକରେ ଶାସକ ଦଳକୁ ଚେକ୍ ଦେବା ପାଇଁ ଦଳ ଆରମ୍ଭ କରିଛି ନୂଆ ଷ୍ଟ୍ରାଟେଜୀ। ବିଭିନ୍ନ ଦଳର ଛାମୁଆ ନେତାଙ୍କୁ ନିଜ ପଟକୁ ନେଇ ଦଳ ଖେଳିଛି ଟ୍ରମ୍ପକାର୍ଡ। ଯାହାର ଶୁଭାରମ୍ଭ ବି ଆରମ୍ଭ ହୋଇଯାଇଛି। କଟକ ଟାଉନହଲ ଠାରେ ପିସିସ ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛି ବରିଷ୍ଠ ଆଇନଜୀବି ଶ୍ୟାମାନନ୍ଦ ମହାପାତ୍ରଙ୍କ ସହ ବିଜେଡି ଓ ବିଜେପିର କିଛି ଆଗଧାଡିର ନେତା ଓ ନେତ୍ରୀ। ଆଗାମୀ ନିର୍ବାଚନରେ ହାତ ସହ ହାତ ମିଳାଇ ସମସ୍ତେ ହାତକୁ ଶାସନକୁ ଆଣିବାକୁ ଏହି ଅବସରରେ ଅପିଲ କରିଛନ୍ତି ପିସିସି  ସଭାପତି।

{"id":88945}

କଟକରେ କଂଗ୍ରେସର ମିଶ୍ରଣ ପର୍ବକୁ ନେଇ କର୍ମୀ ବି ବେଶ ଉତ୍ସାହିତ। ତେବେ ଏହି ଜୋଶ୍ କୁ ଜାରୀ ରଖିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେଇ ସହରରେ ସାଧାରଣ ସଭାର ଆୟୋଜନ ଲାଗି ଅଣ୍ଟା ଭିଡିଛି ଦଳ। ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨ଲକ୍ଷରୁ ଅଧିକ କର୍ମୀ ବି ସମାଗମ ହେବେ ବୋଲି ନିରଂଜନଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ୍। ସେପଟେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ନବପ୍ରିତ୍ ଆରୋରା। ପୂର୍ବରୁ କଟକ ଅପରାଜିତା ଓ ବିଜୟଙ୍କ ଭଳି ହେଭିଓ୍ବେଟଙ୍କୁ ଦେଖି ସାରିଥିବା ବେଳେ ନବାଗତ ନବପ୍ରିତ୍ ବି ନିର୍ବାଚନ ଲଢ଼ିବା ପାଇଁ ବେଶ୍ ଆଶାବାଦୀ।

{"id":88948}

ନର୍ବାଚନକୁ ନେଇ ସବୁ ମହଲ ତତ୍ପର। କିଏ କେଉଁ ପ୍ରକାରେ କର୍ମୀଙ୍କ ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ କିଏ ପିନ୍ଧିବ ବିଜୟ ମୁକୁଟ ଆଉ କାହା ହାତକୁ ଆସିବ କ୍ଷମତାର ଡୋରୀ ତାହା କେବଳ ଇଭିଏମ୍ ହିଁ କହିପାରିବ।

{"id":88949}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.