ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର ୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ୬ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ଏହି ଘୋଷଣା ଅନୁଯାୟୀ, ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା, ବାଲିକୁଦା ଏରସମାରୁ ସାରଦା ପ୍ରସାଦ ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାର୍ଣ୍ଡି, ବରୀରୁ ବିଶ୍ବରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।

ଆଜି ଘୋଷଣା କରାଯାଇଥିବା ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ । ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢିବେ ମହେଶ ସାହୁ । ସୀମା ନାୟକଙ୍କ ସ୍ଥାନରେ ମହେଶ ନୂଆ ପ୍ରାର୍ଥୀ ହୋଇଛନ୍ତି । ରଘୁନାଥପାଲ୍ଲୀରେ ନୂଆ ମୁହଁ ଅର୍ଚ୍ଚନା ବେହେରା । ସୁବ୍ରତ ତରାଇଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ଅର୍ଚ୍ଚନା । ବରୀରେ ସୁନନ୍ଦା ଦାସଙ୍କ ସ୍ଥାନ ନେଇଛନ୍ତି ବିଶ୍ବରଞ୍ଜନ ମଲ୍ଲିକ । ବାଲିକୁଦା-ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା । ରଘୁନନ୍ଦନ ଦାସଙ୍କ ସ୍ଥାନରେ ସାରଦା ଜେନା ପାଇଲେ ଟିକେଟ୍ । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ପତ୍ନୀ ରଞ୍ଜିତା ମାର୍ଣ୍ଡି । ସୁଦାମ ମାର୍ଣ୍ଡି ଏଥର ମୟୁରଭଞ୍ଜରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ମୋଟ୍ ୧୪୧ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଆଉ ୬ଟି ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି । ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ, ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

You Can Read :

ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ କମ୍ବିଂ, ବିପୁଳ ମାଓ ସାମଗ୍ରୀ ଜବତ

 

  • odisha
  • OdishaNews
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.