ନିଶ୍ଚିନ୍ତକୋଇଲିରେ ପଲିଟିକାଲ୍ ହାଇଡ୍ରାମା : ଶକ୍ତି ଦେଖାଇବ ବିଜେଡି, ସମାବେଶ କରିବ ବିଜେପି
7/01/2023 at 2:15 PM

ନିଶ୍ଚିନ୍ତକୋଇଲି ୦୭।୦୧ : ନିଶ୍ଚିନ୍ତକୋଇଲିରେ ହେବ ପଲିଟିକାଲ୍ ହାଇଡ୍ରାମା । ଗୋଟିଏ ପଟେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଥିବା ବେଳେ ବିଜେପି କରିବାକୁ ଯାଉଛି ସଂକଳ୍ପ ସମାବେଶ ।

ଖବର ଅନୁଯାୟୀ, ରବିବାର ଦିନ ବିଜେଡି ନିଶ୍ଚିନ୍ତକୋଇଲିରେ ପାଳନ କରିବ ପ୍ରତିଷ୍ଠା ଦିବସ । ଏଥିରେ ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ, ଉଷାଦେବୀ ,ପ୍ରଭାତ ତ୍ରିପାଠୀ, ପ୍ରଫୁଲ ସାମଲ, ଧ୍ରୁବ ଚରଣ ସାହୁ, ଶୁଶାନ୍ତ କୁମାର ରାଉତ ଯୋଗଦେବେ ।

ସେପଟେ ପୁଣି ସେହି ଏକା ସମୟରେ ବିଜେପି ନିଶ୍ଚିନ୍ତକୋଇଲି ଠାରେ ସଂକଳ୍ପ ସମାବେଶ କରିବ । ଏଥିରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ନେତୃ ମଣ୍ଡଳୀ । ଉଭୟ ପ୍ରତାପ ଜେନା ଓ ଶାରଦା ପ୍ରଧାନ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023