ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରି ବିଜେପି ଗଡ଼ ହାତେଇବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ଅଭିଯୋଗ କଲା ବିଜେଡି

Published By : Prameya-News7 Bureau | March 11, 2019 IST

ଭୁବନେଶ୍ୱର (ଲକ୍ଷ୍ମୀଧର ମହାପାତ୍ର ଓ ସୁକାନ୍ତ ରାଉତରାୟ) ୧୧/୩ : ନିର୍ବାଚନ ତାରିଖକୁ ନେଇ ବିଭିନ୍ନ ମହଲରେ ଉଠିଛି ଆପତ୍ତି । କିଛି ରାଜନୈତିକ ଦଳ ନିର୍ବାଚନ ସମୟରେ ରମଜାନ ପଡୁଥିବାରୁ ଆପତ୍ତି ଉଠାଇଥିବା ବେଳେ ବିଜେଡି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନକୁ ନେଇ ଆପତ୍ତି ଉଠାଇଲାଣି । ସେହିପରି ଶେଷ ପର୍ଯ୍ୟାୟ ଭୋଟିଂ ବେଳେ ଜେଇଇ ଆଡଭାନ୍ସ ପରୀକ୍ଷା ପଡୁଥିବାରୁ ଅଡୁଆ ପରିସ୍ଥିତି ଉପୁଜିଛି

{"id":92646}


ନିର୍ବାଚନ ତାରିଖକୁ ନେଇ ଆପତ୍ତି । ନିର୍ବାଚନ କମିଶନ ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ବେଳେ ଆଜି ଏହାକୁ ନେଇ ବିଭିନ୍ନ ମହଲରୁ ଆପତ୍ତି ଉଠିବାରେ ଲାଗିଲାଣି। କିଛି ରାଜନୈତିକ ଦଳ ନିର୍ବାଚନ ସମୟରେ ରମଜାନ ପଡୁଥିବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିର୍ବାଚନ ସମୟରେ ଯେପରି ସଂଖ୍ୟା ଲଘୁମାନେ ଭୋଟ ଦେଇ ନପାରିବେ ସେହି ଉଦ୍ଦେଶ୍ୟରେ ଏସବୁ କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେପଟେ ମେ ୧୯ ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ JEE ଆଡଭାନ୍ସ ପରୀକ୍ଷା ପଡୁଛି । ଯାହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତି । ତେବେ ପରୀକ୍ଷା ତାରିଖ ବଦଳିବା ସମ୍ଭାବନା ରହିଛି ।

{"id":92647}


ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ପୂର୍ବରୁ ମାଓବାଦୀ ସମସ୍ୟା ପାଇଁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଥିଲା । ଅଧିକ ଆସନ ଥିବା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡି ପ୍ରଶ୍ନ କରିଛି ।

{"id":92648}

ଯେଉଁଠି ବିଜେପି ଦୁର୍ବଳ ଅଛି, ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି । ନିର୍ବାଚନ କମିସନଙ୍କୁ ପ୍ରଭାବିତ କରି ଏପରି କରାଯାଇଛି । ରାଜ୍ୟର ନିର୍ବାଚନ ଅଧିକାରୀ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି ।ଏପରି ନିର୍ବାଚନ କରି ବିଜେପି ଗଡ଼ ହାତେଇବା ପାଇଁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ୪ ପର୍ଯ୍ୟାୟରେ ନିର୍ବାଚନ ହେଲେ ମଧ୍ୟ ବିଜେପିକୁ କିଛି ଫାଇଦା ମିଳିବ ନାହିଁ ।

{"id":92649}


ସପେଟେ ବିଜେଡି ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ କରି ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲେ ବି ବିଭିନ୍ନ ସ୍ଥାନରେ ସରକାରୀ ହୋଡିଂ ଲାଗିଥିବା ଏବଂ କିଛି ରାସନ ସାମଗ୍ରୀ ଦୋକାନରେ ବିଦ୍ୟୁତ୍ ବଲବ୍ ଆଦି ଦିଆଯାଉଥିବା ବିଜେପି ଅଭିଯୋଗ କରିଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଦଳର ବ୍ୟାନର ଲାଗିଥିବା ମଧ୍ୟ କହିଛି ବିଜେପି । ବିଜେଡି ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇଛି ।

{"id":92650}


ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଆଜି ବିଭିନ୍ନ ସ୍ଥାନରୁ ଜିଲ୍ଲା ପ୍ରଶାସନ ବିଭିନ୍ନ ଦଳ ଲଗାଇଥିବା ସେମାନଙ୍କର ଜନ ହିତକର ଯୋଜନାର ବ୍ୟାନର ପୋଷ୍ଟର, ହୋର୍ଡିଂ ଆଦିକୁ ହଟାଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.