ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ, କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର

Published By : Prameya-News7 Bureau | April 13, 2024 IST

ଭୁବନେଶ୍ବର ୧୩।୪: ଶନିବାର ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ । ଶଙ୍ଖ ଭବନରେ କମିଟି ବୈଠକ ବସିଥିଲା । ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ  ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିସାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି । ୨୫ ଜଣ ସଦସ୍ୟ ରହିଛନ୍ତି । ସରକାରଙ୍କୁ ଆସିଲେ ବିଜେଡି ଲୋକଙ୍କ ପାଇଁ କ’ଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର । ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର । ନିର୍ବାଚନ ପାଇଁ ବିଜେଡି ଇସ୍ତାହାର ଆଣିବା ପୂର୍ବରୁ ପ୍ରଥମ ବୈଠକ ବସୁଛି । ଏହି ବୈଠକ ପରେ ବିଜେଡିର ବାରିଷ୍ଠ ନେତା ରବି ନନ୍ଦ କହିଛନ୍ତି ଇସ୍ତାହାର କମିଟିର ଏହା ପ୍ରଥମ ବୈଠକ । ଆଗକୁ ଆହୁରି ବୈଠକ ବସିବ ।

You Can Read :

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି, ସସ୍ମିତ କହିଲେ- ‘ଲୋକଲଜ୍ଜା ପାଇଁ ମିଛ କହୁଛନ୍ତି’

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.